୯ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ଗୃହ ମନ୍ତ୍ର‌ାଳୟ

Advertisment
ସେନାକୁ ବଡ଼ ସଫଳତା, ହିଜବୁଲ କମାଣ୍ଡର ମୁନିର ହୁସେନ ନିପାତ

New Indian Express

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୟୁଏପିଏ ଆଇନ ଅଧୀନରେ ୯ ଜଣ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଏମାନେ ପଂଜାବରେ ଆତଙ୍କବାଦକୁ ପୁନର୍ଜିବିତ କରିବାପାଇଁ ଚେଷ୍ଟା କରୁଥିଲେ। ସରକାରଙ୍କ ଅନୁଯାୟୀ ଏହି ବ୍ୟକ୍ତିମାନେ ସୀମା‌ ବାହାରୁ ଏବଂ ବି‌ଦେଶ ମାଟିରେ ରହି ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରେ ବବ୍ବର ଖଲ୍‌ସା ଇଣ୍ଡରନ୍ୟାସନାଲ୍‌ (ବିକେଆଇ), ଇଣ୍ଟରନ୍ୟାସନାଲ୍‌ ଶିଖ୍‌ ୟୋଥ୍‌ ଫେଡେରେସନ୍‌ (ଆଏସ୍‌ୱାଇଏଫ୍‌), ଖଲିସ୍ତାନ ଜିନ୍ଦାବାଦ୍‌ ଫୋର୍ସ‌୍ (କେଜେଡ୍‌ଏଫ୍‌), ଖଲିସ୍ତାନ କମାଣ୍ଡୋ ଫୋର୍ସ‌୍ (କେସିଏଫ୍‌),ଖଲିସ୍ତାନ ଟାଇଗର୍‌ ଫୋର୍ସ୍‌ (କେଟିଏଫ୍‌) ଏବଂ ଅନ୍ୟ ଏକ ବେଆଇନ ଅନୁଷ୍ଠାନ ତଥା ଏସ୍‌ଏଫ୍‌ଜେ (ଶିଖ୍‌ ଫର ଜଷ୍ଟିସ୍‌)ର ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି। । ପାକିସ୍ତାନର ବିକେଆଇ ମୁଖ୍ୟ ୱାଧାୱା ସିଂହ ବବ୍ବର, ଆଇଏସ୍‌ୱାଇଏଫ୍‌ ମୁଖ୍ୟ ଲଖବୀର ସିଂହ, କେଜେଡ୍‌ଏଫ୍‌ ମୁଖ୍ୟ ରଂଜିତ ସିଂହ, କେସିଏଫ୍‌ ମୁଖ୍ୟ ପରମଜିତ ସିଂହ, ଜର୍ମାନିର କେଜେଡ୍‌ଏଫ୍‌ ସଦସ୍ୟ ଭୁପିନ୍ଦର ସିଂହ ଭିନ୍ଦା, ଜେ‌ଜେଡ୍‌ଏଫ୍‌ ମୁଖ୍ୟ ସଦସ୍ୟ ଗୁରମିତ ସିଂହ ବଗ୍ଗା, ଆମେରିକାର ବେଆଇନ ଏସ୍‌ଏଫ୍‌ଜେ ସଂଗଠନର ଜଣେ ମୁଖ୍ୟ ସଦସ୍ୟ ଗୁର୍ପତୱନ୍ତ ସିଂହ ପନ୍ନୁନ, କାନାଡ଼ାର କେଟିଏଫ୍‌ ମୁଖ୍ୟ ହରଦୀପ ସିଂହ ନିଜ୍ଜର ଏବଂ ବ୍ରିଟେନ୍‌ର ବିକେଆଇ ମୁଖ୍ୟ ପରମଜିତ ସିଂହଙ୍କୁ ଆଜି ଆତଙ୍କବାଦୀ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe