ଆନ୍ଧ୍ରପ୍ରଦେଶରେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା: ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଆନ୍ଧ୍ରପ୍ରଦେଶରେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା: ମୃତକଙ୍କ ପରିବାର ପାଇଁ ୨ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

hindustantimes

ହାଇଦ୍ରାବାଦ: ରବିବାର ଦିନ ଆନ୍ଧ୍ରପ୍ରଦେଶର ଅନନ୍ତପୁରମ୍ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨ଶିଶୁଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, ଅନନ୍ତପୁରମ‌ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପାଇଁ ହୋଇଥିବା ୯ଜଣଙ୍କ ମୃତ୍ୟୁ ବିଷୟରେ ଜାଣି ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ମୂଲ୍ୟର ଅନୁକମ୍ପାମୂଳକ ରାଶି ଦିଆଯିବ।

ସୂଚନା ମୁତାବକ, ଏହି ଦୁର୍ଘଟଣା ଅନନ୍ତପୁରମ ଜିଲ୍ଲାର ବୁଦ୍ଧାଗି ଗାଁରେ ଘଟିଥିଲ।  ​​ଏକ କାର ଟ୍ରକକୁ ଧକ୍କା ଦେବା ଫଳରେ ୯ ଜଣ ଲୋକ ପ୍ରାଣ ହରାଇଥିଲେ। ଉରାଭାକୋଣ୍ଡା ପୁଲିସ ଷ୍ଟେସନ ସବ୍ ଇନ୍ସପେକ୍ଟର ଭେଙ୍କଟା ସ୍ୱାମୀ କହିଛନ୍ତି ଯେ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe