୯ମାସର ଗର୍ଭବତୀ ଥିବା ମହିଳାଙ୍କ ପେଟ ଭିତରେ ଥିବା ଜିନିଷ ଦେଖି ଚମକି ପଡ଼ିଲେ ଡାକ୍ତର

Advertisment
୯ମାସର ଗର୍ଭବତୀ ଥିବା ମହିଳାଙ୍କ ପେଟ ଭିତରେ ଥିବା ଜିନିଷ ଦେଖି ଚମକି ପଡ଼ିଲେ ଡାକ୍ତର

ନୂଆଦିଲ୍ଲୀ: ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଅନ୍ତି, ସେତେବେଳେ ସମୟ ବଢ଼ିବା ସହ ସେମାନଙ୍କ ପେଟ ବଢ଼ିଥାଏ। ଶିଶୁଟି ଗର୍ଭରେ ବଢ଼ିବା ସହିତ ପେଟର ଆକାର ୯ମାସ ପର୍ଯ୍ୟନ୍ତ ବଢ଼ି ଚାଲିଥାଏ। ନିକଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳାଙ୍କ ପେଟର ଆକାର ୯ମାସ ପର୍ଯ୍ୟନ୍ତ ବଢ଼ି ଚାଲିଥିଲା। ପେଟର ଆକାର ବଢ଼ିବା ଦେଖି ସେ ଅନୁଭବ କରିଥିଲେ ଯେ ସେ ଗର୍ଭବତୀ ଅଛନ୍ତି। ହେଲେ ୯ମାସ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

୯ମାସ ପରେ ବାନ୍ତି ଲାଗିବା ସହ ଦେହ ଖରାପ ହେବାରୁ ସେ ଡାକ୍ତରଙ୍କ ପରାମର୍ଶରେ ଅଲଟ୍ରାସାଉଣ୍ଡ୍ କରାଇଥିଲେ। ରିପୋର୍ଟ ଆସିବା ପରେ ମହିଳାଙ୍କ ପେଟରେ ପିଲା ନୁହେଁ ବରଂ ଓଭାରିଆନ୍ ସିଷ୍ଟ ଥିବା ଜଣାପଡ଼ିଥିଲା। ପେଟ ଭିତରେ ଏତେ ବଡ଼ ଜିନିଷ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଡେଲି ଷ୍ଟାର ଅନୁଯାୟୀ, ମହିଳାଙ୍କ ନାମ ହୋଲି ୱେଲହମ୍, ଯାହାଙ୍କ ବୟସ ୨୧ବର୍ଷ। ହୋଲିଙ୍କ ପେଟ କ୍ରମାଗତ ଭାବରେ ବଢ଼ୁଥିବାରୁ ସେ ଗର୍ଭବତୀ ଥିବା ଭାବିଥିଲେ। ୯ମାସ ପରେ ତାଙ୍କୁ ବାନ୍ତି ଲାଗିବା ସହ ଦେହ ଖରାପ ହେବାରୁ ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ। ରିପୋର୍ଟ ଆସିବା ପରେ ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ସେ ଗର୍ଭବତୀ ବାହାନ୍ତି। ତାଙ୍କ ଡାହାଣ ଓଭାରି ନିକଟରେ ଏକ ବଡ଼ ଓଭାରିନ୍ ସିଷ୍ଟ ଥିବାରୁ ପେଟର ଆକାର ବଢ଼ିବାକୁ ଲାଗିଥିଲା। ତେବେ ସିଷ୍ଟ ଥିବା ଜଣାପଡ଼ିବାରୁ ‌ହୋଲିଙ୍କର ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟରୁ ଫୁଟବଲ ଆକାରର ସିଷ୍ଟ ବାହାର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe