ବ୍ୟାପୁଛି ନିପା: କେରଳରେ ଆଉ ୨ ଆକ୍ରାନ୍ତ, ୧୭୫ ଚିକିତ୍ସାଧୀନ

Advertisment
ବ୍ୟାପୁଛି ନିପା: କେରଳରେ ଆଉ ୨ ଆକ୍ରାନ୍ତ, ୧୭୫ ଚିକିତ୍ସାଧୀନ

ଥିରୁଅନନ୍ତପୁରମ: କେରଳରେ ମାରାତ୍ମକ ନିପା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଉଥିଲେ ହେଁ, ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଏହି ସଂକ୍ରମଣ କାରଣରୁ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୭୫ ଜଣ ରୋଗୀ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଗତ ଗୁରୁବାର ସୁଦ୍ଧା ରାଜ୍ୟରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ମଧ୍ୟରୁ ୧୬୦ ଜଣଙ୍କ ଶରୀରରେ ଏହି ଭୂତାଣୁ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଛି। କୋଝିକୋଡ ଓ ମଲ୍ଲାପୁରମ ଜିଲ୍ଲାର ମୃତ ବାଦୁଡିଙ୍କ ସାମ୍ପଲ ପରୀକ୍ଷଣରୁ ସେମାନଙ୍କ ଶରୀରରେ ନିପା ଭୂତାଣୁର କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି। ମୋଟ ୭ଟି ପ୍ରଜାତିର ବାଦୁଡ଼ି, ୨ଟି ଘୁଷୁରି, ଷଣ୍ଢ ଓ ଛେଳିର ନମୁନା ପରୀକ୍ଷଣ ପାଇଁ ପୁନେ ସ୍ଥିତ ଭାତୀୟ ଭୂତାଣୁ ଅଧ୍ୟୟନ କେନ୍ଦ୍ରକୁ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe