କେନ୍ଦ୍ରର ‘ନିପା’ ଚିନ୍ତା: ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ ନିପା ଆକ୍ରାନ୍ତ କେରଳକୁ ପଠାଇଲେ ଛଅ ଜଣିଆ ବିଶେଷଜ୍ଞ ଦଳ

Advertisment
କେନ୍ଦ୍ରର ‘ନିପା’ ଚିନ୍ତା: ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ ନିପା ଆକ୍ରାନ୍ତ କେରଳକୁ ପଠାଇଲେ ଛଅ ଜଣିଆ ବିଶେଷଜ୍ଞ ଦଳ

Latestly

ନୂଆଦିଲ୍ଲୀ: କେରଳରେ ନିପା ଭୂତାଣୁ ଚିହ୍ନଟ ହେବା ପରେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥେଷ୍ଟ ତତ୍ପରତା ପ୍ରକାଶ ପାଇଛି। ସ୍ଥିତିର ସମୀକ୍ଷା ସହ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ ଆଜି ନୂଆଦିଲ୍ଲୀରୁ ଏକ ଛଅ ଜଣିଆ ବିଶେଷଜ୍ଞ ଟିମ୍‌କୁ ନିପା ଭୂତାଣୁ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପଠାଇଛନ୍ତି।

publive-image Latestly

ଦକ୍ଷିଣ କେରଳରେ ଜନୈକ ୨୩ ବର୍ଷ ବୟସ୍କ ଯୁବକଙ୍କ ଶରୀରରେ ନିପା ଭୂତାଣୁ ଚିହ୍ନଟ ହେବାପରେ ଏହାକୁ ନେଇ ଏବେ ସମଗ୍ର କେରଳରେ ଆତଙ୍କ ସୃଷ୍ଟି ହୋଇଛି। ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ ଆଜି ସକାଳେ ତାଙ୍କ ସରକାରୀ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ପରିସ୍ଥିତିର ସମୀକ୍ଷା କରିବା ସହ ଅବିଳମ୍ବେ ନୂଆଦିଲ୍ଲୀରୁ ଏକ ଛଅ ଜଣିଆ ବିଶେଷଜ୍ଞ ଟିମ୍‌କୁ ନିପା ଭୂତାଣୁ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପଠାଇଛନ୍ତି। ଏହି ରିପୋର୍ଟ ଲେଖାଯିବା ବେଳକୁ ସଂପୃକ୍ତ ବିଶେଷଜ୍ଞ ଟିମ୍‌ କେରଳରେ ପହଞ୍ଚି ସେମାନଙ୍କର କାର୍ଯ୍ୟ ଆରମ୍ଭ କରି ଦେଇଥିବା ଜାଣିବାକୁ ମିଳିଛି। କେରଳ ସ୍ୱାସ୍ଥ୍ୟ ବିଭାଗ ସହ ମିଶି ଏହି ଭୂତାଣୁକୁ ଅଧିକ ସଂକ୍ରମିତ ହେବାରୁ କିପରି ରୋକାଯାଇ ପାରିବ ଓ ନିପା ଆକ୍ରାନ୍ତ ରୋଗୀମାନଙ୍କୁ ତ୍ୱରିତ୍‌ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ସେମାନଙ୍କ ଜୀବନକୁ କିପରି ରକ୍ଷା କରାଯାଇ ପାରିବ ସେ ଦିଗରେ ଏବେ ଲାଗି ପଡ଼ିଛନ୍ତି ଦିଲ୍ଲୀରୁ ଯାଇଥିବା ଛଅ ଜଣିଆ ବିଶେଷଜ୍ଞ ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe