କୋଲକାତା: ପଶ୍ଚିମବଙ୍ଗରେ ନିପା ଭାଇରସ୍‌ର ଦୁଇଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ତତ୍ପର ହୋଇ ଉଠିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ତାଙ୍କ ସହ ଫୋନରେ କଥା ହୋଇ ସମସ୍ତ ପ୍ରକାରର ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟକୁ ବୈଷୟିକ, ଲଜିଷ୍ଟିକ୍ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଉଛି। ପରୀକ୍ଷା, ନିରୀକ୍ଷଣ, ଚିକିତ୍ସା, ସଂକ୍ରମଣ ନିବାରଣ ଏବଂ ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ସମ୍ବଳ ଉପଲବ୍ଧ କରାଯାଇଛି। ରାଜ୍ୟ ସରକାରଙ୍କୁ କଣ୍ଟାକ୍ଟ ଟ୍ରେସିଂ ଏବଂ ଅନ୍ୟାନ୍ୟ ପ୍ରତିଷେଧକ ପଦକ୍ଷେପ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି।

Advertisment

୨ଜଣ ଆକ୍ରାନ୍ତ ଚିହ୍ନଟ

୧୧ ଜାନୁଆରି ୨୦୨୬ରେ, ପଶ୍ଚିମବଙ୍ଗରେ ନିପା ଭାଇରସ୍‌ର ଦୁଇଟି ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଥିଲା।ଆଇସିଏମ୍‌ଆର୍-ଏମ୍ସ କଲ୍ୟାଣୀର ଭିଆର୍‌ଡିଏଲ୍‌ ଲ୍ୟାବରେ ପରୀକ୍ଷଣ ସମୟରେ ଏହି ସନ୍ଦିଗ୍ଧ ମାମଲାଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ମାମଲାଗୁଡ଼ିକ ବିଷୟରେ ସୂଚନା ପାଇବା ପରେ, କେନ୍ଦ୍ର ସରକାର ତୁରନ୍ତ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି ସମସ୍ତ ପ୍ରକାରର ସହାୟତାର ପ୍ରତିଶ୍ରୁତି ଦେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କଥା ହୋଇ କେନ୍ଦ୍ର ସରକାରଙ୍କ ସମର୍ଥନର ପ୍ରତିଶ୍ରୁତି ଦୋହରାଇଥିଲେ। କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ଏକ ଜାତୀୟ ସଂୟୁକ୍ତ ଆଉଟ୍‌ବ୍ରେକ ରେସପନ୍ସ ଦଳ ପଠାଇଛନ୍ତି।

ଆହୁରି ପଢ଼ନ୍ତୁ: Assistant Engineer Dead: ରାସ୍ତା କାମ ବେ‌ଳେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଚାପିଦେଲା ରୋଡ୍ ରୋଲର; ଦେଖନ୍ତୁ ସେ ସମୟର ଛାତିଥରା ଭିଡିଓ