୩୨ ବର୍ଷପରେ ପୁଣିଥରେ ଚର୍ଚ୍ଚାରେ ନୀରଜା ଭନୋଟ

ଏଫ୍‌ବିଆଇ ଜାରି କଲା ୪ ଆତଙ୍କବାଦୀଙ୍କ ସ୍କେଚ୍‌

ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଏଫବିଆଇର ସହାୟତା ନେବ କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ଆଜି ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ(ଏଫ୍‌ବିଆଇ) ୧୯୮୬ ସେପ୍ଟେମ୍ବର ୫ ତାରିଖରେ ମୁମ୍ବାଇ-ଆମେରିକା ପେନ୍‌ ଏମ-୭୩କୁ ଅପହରଣ କରିଥିବା ଅବ୍ଦୁ ନିଦଲ ସଂଗଠନର ୪ଜଣ କୁଖ୍ୟାତ ଆତଙ୍କବାଦୀଙ୍କର ସ୍କେଚ୍‌ ଜାରି କରିଛି। ଏହି ସ୍କେଚ୍‌ରେ ମହମ୍ମଦ ହାଫିଜ୍‌ ଅଲ୍‌ ତୁର୍କୀ,ଜମାଲ ସଇଦ୍‌ ଅବ୍‌ଦୁଲ ରହିମ୍‌,ମହମ୍ମଦ ଅବଦୁଲ୍ଲା ଖଲିଲ୍‌ ହୁସେନ୍‌ ଓ ମହମ୍ମଦ ଅହମ୍ମଦ ଅଲ୍‌ ମୁନ୍‌ସର ଆତଙ୍କବାଦୀଙ୍କ ନାମ ରହିଛି। ୨୦୦୦ ମସିହାରେ ଏଫ୍‌ବିଆଇକୁ ମିଳିଥିବା ଫଟୋ ଆଧାରରେ ଏହି ସ୍କେଚ୍‌ ତିଆରି କରାଯାଇଥିବା ଜଣାପଡ଼ିଛି। ତେବେ ଏହି ବିମାନରେ ମୁଖ୍ୟ ପରିଚାରିକା ଭାବେ ଥିବା ଭାରତୀୟ ଝିଅ ନିରଜା ଭନୋଟ ଆତଙ୍କବାଦୀଙ୍କ କବଳରୁ ଯାତ୍ରୀଙ୍କୁ ରକ୍ଷା କରିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ। କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ନୀରଜାଙ୍କ ସମେତ ୨୦ଜଣଙ୍କର ମୃତ୍ୟୁ ହେଲା। ନୀରଜାଙ୍କର ଏହି ଦୁଃସାହସ ପାଇଁ ଭାରତ ସରକାର ତାଙ୍କୁ ମରଣୋତ୍ତର ଅଶୋକ ଚକ୍ର ସମ୍ମାନରେ ସମ୍ମନିତ କରିଥିଲେ। ପାକିସ୍ତାନ ସରକାର ମଧ୍ୟ ନୀରଜାଙ୍କ ଏହି ବଳିଦାନ ପାଇଁ ତାଙ୍କୁ ତମଗଗା-ଏ-ଇନ୍‌ସାନିୟତ୍‌ ସମ୍ମାନରେ ଭୂଷିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe