ଜିଏସ୍‌ଟିଏଟି ମନ୍ତ୍ରିଗୋଷ୍ଠୀରେ ନିରଞ୍ଜନ

ସାହାରା ଇଣ୍ଡିଆର କ୍ଷତିଗ୍ରସ୍ତ ଜମାକାରୀଙ୍କ ଅଭିଯୋଗ ସିଆରସିଏସ୍‌କୁ ପଠାଯାଉଛି

ନୂଆଦିଲ୍ଲୀ : ଜିଏସ୍‌ଟି ଆପିଲେଟ୍‌ ଟ୍ରିବ୍ୟୁନାଲ (ଜିଏସ୍‌ଟିଏଟି) ମନ୍ତ୍ରିଗୋଷ୍ଠୀରେ ଓଡ଼ିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ଥାନ ପାଇଛନ୍ତି। ଗତ ମାସ ୨୯ ଓ ୩୦ରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୪୭ତମ ବୈଠକରେ ପରିଷଦ ପକ୍ଷରୁ ଜିଏସ୍‌ଟିଏଟି ବ୍ୟବସ୍ଥାଗୁଡ଼ିକରେ ପରିବର୍ତ୍ତନର ଆବଶ୍ୟକତାକୁ ନେଇ ଆଲୋଚନା ହୋଇଥିଲା। ତଦନୁସାରେ ପରିଷଦ ପକ୍ଷରୁ ମନ୍ତ୍ରିଗୋଷ୍ଠୀ (ଜିଓଏମ) ଗଠନ କରାଯିବା ଉପରେ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ମନ୍ତ୍ରିଗୋଷ୍ଠୀ ଗଠନ ନେଇ ସୂଚନା ପ୍ରଦାନ କରାଯାଇଛି।

ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ସିଂହ ଚୌତାଲାଙ୍କ ଆବାହକତ୍ବରେ ଗଠନ କରାଯାଇଥିବା ୬ ଜଣିଆ ମନ୍ତ୍ରିଗୋଷ୍ଠୀରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୋଆ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ସ୍ଥାନ ପାଇଛନ୍ତି। ଜିଏସ୍‌ଟିଏଟି ସଂପର୍କିତ ମନ୍ତ୍ରିଗୋଷ୍ଠୀ ଜିଏସ୍‌ଟି ଆଇନରେ କେଉଁ ପ୍ରକାର ପରିବର୍ତ୍ତନ କରାଯିବ ‌ସେ ନେଇ ଆବଶ୍ୟକୀୟ ସୁପାରିସ ସହିତ ଜିଏସ୍‌ଟି ପରିଷଦକୁ ଚଳିତ ମାସ ୩୧ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe