The Asian Age
ନୂଆଦିଲ୍ଲୀ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ସୂଚନା ଦେଇଛନ୍ତି ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ତାଙ୍କ ସୂଚନା ହେଲା, ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଆସନ୍ତାକାଲି ନିରଞ୍ଜନ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ ଡାକ୍ତରଙ୍କ ସହ ପରାମର୍ଶ କରିବେ। ଆଜି ସେ ଏଆଇସିସି କାର୍ଯ୍ୟାଳୟକୁ ଯାଇଥିଲେ। ଏହା ସହ ଜୁମ୍ ମିଟ୍ରେ ଦିବଂଗତ ଶିଳ୍ପପତି କେଜେଏସ୍ ଆଲୁୱାଲିଆଙ୍କ ପାଇଁ ଅନୁଷ୍ଠିତ ପ୍ରାର୍ଥନା ସଭାରେ ମଧ୍ୟ ସେ ଯୋଗଦେଇଥିବା ନବଜ୍ୟୋତି କହିଛନ୍ତି।
Follow Us