ଠକେଇ ମାମଲାରେ ଆମେରିକାରେ ଗିରଫ ହେଲା ନୀରବ ମୋଦୀର ଭାଇ ନେହଲ

Advertisment
asgdhqf

ନୂଆଦିଲ୍ଲୀ: ଠକେଇ ମାମଲାରେ ମିଳିଲା ବଡ଼ ସଫଳତା। ଆମେରିକାରେ ଗିରଫ ହେଲେ ନୀରବ ମୋଦୀଙ୍କ ଭାଇ ନେହଲ ମୋଦୀ। ନୀରବ ମୋଦୀଙ୍କ ଭାଇ ନେହଲ ମୋଦୀଙ୍କୁ ପିଏନବି ଋଣ ଠକେଇ ମାମଲା ଏବଂ ଏଲଏଲଡି ଡାଇମଣ୍ଡସ୍ ୟୁଏସଏ ସହ ଜଡିତ ୨.୬ ନିୟୁତ ଡଲାର ଠକେଇ ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ଆମେରିକାରେ ଗିରଫ କରାଯାଇଛି।  ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମିଳିତ ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜୁଲାଇ ୪ରେ ନେହଲ ମୋଦୀଙ୍କୁ ଗିରଫ କରାଯାଇଛି। ଗିରଫ ପରେ ବର୍ତ୍ତମାନ ତାଙ୍କୁ ଆମେରିକାରୁ ପ୍ରତ୍ୟାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

କୁହାଯାଉଛି ଯେ, ଦୁଇଟି ଅଭିଯୋଗ ଆଧାରରେ ନେହଲ ମୋଦୀଙ୍କ ବିରୋଧରେ ପ୍ରତ୍ୟାର୍ପଣ ପ୍ରକ୍ରିୟା ଚାଲିଛି। ଗୋଟାଏ ହେଲା ପିଏନବି ଋଣ ଠକେଇ ଘଟଣା। ଅନ୍ୟଟି ହେଲା ମାନହାଟନରେ ଅବସ୍ଥିତ ବିଶ୍ୱର ସବୁଠାରୁ ବଡ଼ ହୀରା କମ୍ପାନି ମଧ୍ୟରୁ ଗୋଟିଏ, ଏଲଡି ଡାଇମଣ୍ଡସ୍ ୟୁଏସଏରୁ ବେଆଇନ ଭାବେ ୨.୬ ନିୟୁତ ଡଲାରରୁ ଅଧିକ ମୂଲ୍ୟର ହୀରା ହାସଲ କରିବା ଘଟଣା। ଏହି ୨ଟି ଘଟଣା ପାଇଁ ତାଙ୍କୁ ଗିରଫ କରାଯାଇଛି। ୧୭ ଜୁଲାଇ, ୨୦୨୫ରେ ପ୍ରତ୍ୟାର୍ପଣ ପ୍ରକ୍ରିୟା ନେଇ ଶୁଣାଣି ହେବ। ଶୁଣାଣି ସମୟରେ ମୋଦୀ ଜାମିନ ଆବେଦନ କରିବେ ବୋଲି ଆଶା କରାଯାଉଛି।

ସୂଚନା ମିଳିଛି ଯେ, ନେହଲ କଷ୍ଟକୋ ସହିତ ଏକ ଚୁକ୍ତି ପାଇଁ ହୀରା ନେଉଛି ବୋଲି ମିଥ୍ୟା ଦାବି କରି କମ୍ପାନିଠାରୁ ହୀରା ଆଣିଥିଲେ। ହେଲେ ଦେୟ ସର୍ତ୍ତାବଳୀ ପାଳନ କରିବା ପରିବର୍ତ୍ତେ, ସେ ନିଜ ଆର୍ଥିକ ଲାଭ ପାଇଁ ହୀରାଗୁଡ଼ିକୁ ବିକ୍ରି କରିଦେଇଥିଲେ। ପିଏନବି ଋଣ ଠକେଇ ମାମଲା ଏବଂ ଏଲଏଲଡି ଡାଇମଣ୍ଡସ୍ ୟୁଏସଏ ସହ ଜଡିତ ୨.୬ ନିୟୁତ ଡଲାର ଠକେଇ ମାମଲାରେ ତାଙ୍କ ସମ୍ପୃକ୍ତିର ତଦନ୍ତ କରୁଥିବା ଇଡି ଏବଂ ସିବିଆଇ ଦ୍ୱାରା ପ୍ରତ୍ୟାର୍ପଣ ଅନୁରୋଧ ପରେ ତାଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe