ନିରବ ମୋଦୀ ପଳାତକ ଆର୍ଥିକ ଅପରାଧୀ ଘୋଷିତ

Advertisment
ନିରବ ମୋଦୀ ପଳାତକ ଆର୍ଥିକ ଅପରାଧୀ ଘୋଷିତ

Image Source: The Times of India

ମୁମ୍ବାଇ: ଫେରାର ବ୍ୟବସାୟୀ ନିରବ ମୋଦୀଙ୍କୁ ଗୁରୁବାର ଦିନ ସ୍ପେସାଲ୍‌ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌ (ପିଏମ୍‌ଏଲ୍‌ଏ) କୋର୍ଟ ‘ଫଜିଟିଭ୍‌ ଇକୋନମିକ୍‌ ଅଫେଣ୍ଡର୍ସ ଆକ୍ଟ୍‌’ ଅଧୀନରେ ପଳାତକ ଆର୍ଥିକ ଅପରାଧୀ ବୋଲି ଘୋଷଣା କରିଛି। ସେ ଏବଂ ଅନ୍ୟ କେତେକ ୩, ୦୦୦ କୋଟି ଟଙ୍କା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅଟନ୍ତି।

ପଳାତକ ଆର୍ଥିକ ଅପରାଧୀ ଘୋଷିତ ହେବାରେ ନିରବ ହେଉଛନ୍ତି ଦ୍ୱିତୀୟ। ପ୍ରଥମେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯାଇଥିଲା।

publive-image Image Source: The Indian Express

ନିରବ ମୋଦୀଙ୍କୁ ମାର୍ଚ ମାସରେ ଲଣ୍ଡନରେ ଗିରଫ କରାଯାଇଥିଲା ଏବଂ ସେ ସେଠାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଚାଲୁ ରହିଛି।

ବିବାଦୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବାକୁ ଏ ବର୍ଷ ଜାନୁଆରିରେ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଅନୁମତି ଦେଇଥିଲେ। ତାଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିବା ଆଦେଶ ଉପରେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ନୂଆ ଆଇନ୍‌ରେ ଏହା ହେଉଛି ଏ ପ୍ରକାରର ପ୍ରଥମ ଆଦେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe