କଥା ପଦାରେ ପକାଇ ପିଏନ୍‌ବି ତା’ର ବକେୟା ପାଇବାର ସବୁ ବିକଳ୍ପ ବନ୍ଦ କରିଛି: ନିରବ ମୋଦି

Advertisment
କଥା ପଦାରେ ପକାଇ ପିଏନ୍‌ବି ତା’ର ବକେୟା ପାଇବାର ସବୁ ବିକଳ୍ପ ବନ୍ଦ କରିଛି: ନିରବ ମୋଦି

Image Courtesy of ZeeNews

ନୂଆଦିଲ୍ଲୀ: ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌କୁ ତୀବ୍ର ସମାଲୋଚନା କରି ନିରବ ମୋଦି କହିଛନ୍ତି, ମାତ୍ରାଧିକ ଈର୍ଷାଳୁପଣିଆ ପାଇଁ ବ୍ୟାଙ୍କ୍‌ ତାଙ୍କ ବକେୟା ପରିଶୋଧ କରିବାର ଦକ୍ଷତାକୁ ବନ୍ଦ କରି ଦେଇଛି। ବ୍ୟାଙ୍କ୍‌ ବାହାରେ କହିଥିବା ୧୧, ୪୦୦ କୋଟି ଟଙ୍କା ଠାରୁ ସେ ଦେବାକୁ ଥିବା ଅର୍ଥ ଖୁବ୍‌ କମ୍‌।

ଫେବ୍ରୁଆରି ୧୫/୧୬ ତାରିଖ ଦିନ ବ୍ୟାଙ୍କ୍‌ ମ୍ୟାନେଜ୍‌ମେଣ୍ଟ୍‌କୁ ମୋଦି ଏକ ଚିଠିରେ ଲେଖିଛନ୍ତି, ତାଙ୍କ କମ୍ପାନି ସବୁ ୫୦୦୦ କୋଟି ଟଙ୍କାରୁ କମ୍‌ ପାଉଣା ପରିଶୋଧ କରିବାର ଅଛି।

ଗଣମାଧ୍ୟମରେ ଭୁଲ୍‌ ତଥ୍ୟ ପ୍ରକାଶ କରିବା ଯୋଗୁଁ ତୁରନ୍ତ ସର୍ଚ ଏବଂ ସିଜ୍‌ କରାଗଲା। ଫଳତଃ ଫାୟାର୍‌ଷ୍ଟାର୍‌ ଇଣ୍ଟର୍‌ନେସ୍‌ନାଲ୍‌ ଏବଂ ଫାୟାର୍‌ଷ୍ଟାର୍‌ ଡାଇମଣ୍ଡ୍‌ ଇଣ୍ଟର୍‌ନେସ୍‌ନାଲ୍‌ ସିଜ୍‌ ହେବା ପରିସ୍ଥିତିକୁ ଚାଲି ଆସିଲା। ଏହାଦ୍ୱାରା ବ୍ୟାଙ୍କ୍‌କୁ ବକେୟା ଦେବା ପାଇଁ ଆମର ଦକ୍ଷତା ବିପଦଗ୍ରସ୍ତ ହୋଇଛି।

ଜାନୁଆରି ପ୍ରଥମ ସପ୍ତାହରେ ସପରିବାର ଦେଶ ଛାଡ଼ି ଚାଲି ଯାଇଥିବା ମୋଦି ଏକଥା ଚିଠିରେ ଲେଖିଛନ୍ତି।

publive-image Image Courtesy of Deccan Herald

ଫେବ୍ରୁଆରି ୧୩ ତାରିଖ ଦିନ ମୋ କହିବା କଥା ନ ଶୁଣି, ତୁରନ୍ତ ବକେୟ ପାଇବା ବ୍ୟାକୁଳତା ଯୋଗୁଁ ବ୍ୟାଙ୍କ୍‌ ଯେଉଁ ପଦକ୍ଷେପ ଗ୍ରହଣ କଲା, ସେଥିରେ ମୋର କମ୍ପାନିର ନାଁ ଏବଂ ବ୍ୟବସାୟ ନଷ୍ଟ ହୋଇଗଲା।

ସେ, ତାଙ୍କ ପ୍ରତିନିଧି ଏବଂ ବ୍ୟାଙ୍କ୍‌ ଅଧିକାରୀମାନେ ବସି ଆଲୋଚନା କରିବାକୁ ସେ ଚିଠି ଲେଖିବା ସହ ଫେବ୍ରୁଆରି ୧୩ ଏବଂ ୧୫ରେ ଇମେଲ୍‌ କରିଥିଲେ।

ଅନ୍ୟାନ୍ୟ ବହୁ କଥା ଲେଖିବା ସହ ସେ ଆହୁରି ଲେଖିଛନ୍ତି ମୋ ଭାଇ ତିନୋଟିଯାକ ଫାର୍ମରୁ କୌଣସିଥିରେ ସମ୍ପୃକ୍ତ ନ ଥାଇ ମଧ୍ୟ ତାଙ୍କ ନାମ ଉଲ୍ଲେଖ କରାଯାଇଛି। ମୋ ସ୍ତ୍ରୀ ମଧ୍ୟ ବ୍ୟବସାୟରେ ସମ୍ପୃକ୍ତ ନୁହେଁ। ମୋ ମାମୁ ମଧ୍ୟ ଏଥିରେ ନାହାନ୍ତି। ଏମାନଙ୍କ ନାମ ଭୁଲ୍‌ରେ ଏ ମାମଲାକୁ ଅଣାଯାଇଛି।

ଶେଷକୁ ମୋଦି ବ୍ୟାଙ୍କ୍‌କୁ ଲେଖିଛନ୍ତି ମୁଁ ଯାହା ପରିଣତି ଭୋଗେ ନା କାହିଁକି, ମୋର ବିନତି, ଚଳନ୍ତି ଖାତାରେ ଥିବା ଅର୍ଥରୁ ମୋର ୨, ୨୦୦ କର୍ମଚାରୀଙ୍କୁ ଦରମା ଦିଆ ଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe