ମଙ୍ଗଳବାର ଦିନ ଲଣ୍ଡନ କୋର୍ଟରେ ଶୁଣାଣି ହେବ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲା

Advertisment
ମଙ୍ଗଳବାର ଦିନ ଲଣ୍ଡନ କୋର୍ଟରେ ଶୁଣାଣି ହେବ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲା

Image Courtesy of Hindustan Times

ଲଣ୍ଡନ୍‌: ଅକ୍ଟୋବର ୨୬ ତାରିଖକୁ ମିଶାଇ ୬ ଥର ଜାମିନ ଆବେଦନ ଖାରଜ କରିବା ପରେ ଆସନ୍ତାକାଲି ୱେଷ୍ଟ୍‌ମିନ୍‌ଷ୍ଟର୍‌ ମାଜିଷ୍ଟ୍ରେଟ୍‌ କୋର୍ଟ ନିରବ ମୋଦୀ ପ୍ରତ୍ୟର୍ପଣ ମାମଲାର ଏକଦିବସୀୟ ଶୁଣାଣି କରିବେ।

ନିରବ ମୋଦୀଙ୍କ ବିରୋଧରେ ଭାରତ ସରକାର ଉପସ୍ଥାପନ କରିଥିବା ପ୍ରମାଣର ଗ୍ରହଣୀୟତା ପ୍ରସଙ୍ଗରେ ମଙ୍ଗଳବାର ବା ଆସନ୍ତାକାଲିର ଶୁଣାଣି କରାଯିବ। ଭାରତ ସରକାର ଯେଉଁ ପ୍ରମାଣ ସବୁ ଦାଖଲ କରିଛନ୍ତି, ଇଂଲଣ୍ଡ ଅଦାଲତରେ ଗ୍ରହଣ ହେବା ଭଳି ଯୋଗ୍ୟତା ସେଗୁଡ଼ିକର ନାହିଁ ବୋଲି ପୂର୍ବରୁ ନୀରବ ମୋଦୀଙ୍କ ଓକିଲ ଟିମ୍ କହିଥିଲେ।

ନିରବ ମୋଦୀଙ୍କ ପ୍ରମୁଖ ଓକିଲ କ୍ଲେୟାର୍‌ ମଣ୍ଟ୍‌ଗୋମେରିଙ୍କ କହିବା ଅନୁସାରେ, ମୋଦୀଙ୍କ ବିରୋଧରେ ଭାରତ କରିଥିବା ବଡ଼ ବଡ଼ ଆର୍ଥିକ ଅନିୟମିତାର ଅଭି‌‌ଯୋଗ ଖୁବ୍ ଲମ୍ବା, କିନ୍ତୁ ସେଗୁଡ଼ିକର ପ୍ରମାଣ ଅତି ସ୍ବଳ୍ପ।

publive-image Image Courtesy of Lawstreet Journal

ସେପ୍ଟେମ୍ବର ମାସରେ ହୋଇଥିବା ଏହି ମାମଲାର ପାଞ୍ଚଦିନିଆ ଶୁଣାଣିରେ ନିରବ ମୋଦୀଙ୍କ ତରଫରୁ ଭିଡିଓ ଲିଙ୍କ୍‌ ଜରିଆରେ ଭାରତରୁ ସତ୍ୟପାଠ ଉପସ୍ଥାପନ କରିଥିଲେ ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ଏବଂ ପୂର୍ବତନ ହାଇକୋର୍ଟ ବିଚାରପତି ଅଭୟ ଥିପ୍‌ସେ।

ଡିସେମ୍ବର ମାସ ପ୍ରାରମ୍ଭରେ ଧାର୍ଯ୍ୟ କରାଯାଇଥିବା ଏହି ମାମଲାର ଆଉ ଏକ ଶୁଣାଣିରେ ଭାରତ ପକ୍ଷରୁ ‘କ୍ରାଉନ୍ ପ୍ରୋଜେକ୍ୟୁସନ୍ ସର୍ଭିସ୍‌’ ଏବଂ ନିରବ ମୋଦୀଙ୍କ ଟିମ୍‌ ଚୂଡ଼ାନ୍ତ ବିବୃତି ଦେବେ ବୋଲି ଆଶା କରାଯାଉଛି।

ନିରବ ମୋଦୀଙ୍କୁ ଗୃହ ସଚିବ ପ୍ରୀତି ପଟେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଅଦାଲତଙ୍କ ରାୟ ସୁପାରିସ କରିବ କି, ନାହିଁ ତାହା ୨୦୨୧ ପ୍ରାରମ୍ଭରେ ଜଣାପଡ଼ିବ ବୋଲି ଆଶା କରାଯାଉଛି।

ପୃଥକ୍‌ ଭାବେ ‘ସିବିଆଇ’ ଏବଂ ‘ଇଡି’ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ନିମନ୍ତେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe