Image Courtesy of The Times of India
ଲଣ୍ଡନ୍: ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ବାରିଷ୍ଟର୍ ଆଉ କିଛି ନୂଆ ଅଭିଯୋଗ ଉଠାଇବାରୁ ମଙ୍ଗଳବାର ଦିନ ମୋଦୀଙ୍କ ଦ୍ବିତୀୟ ଆବେଦନ ଶୁଣାଣି ବେଳେ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବାରେ ପୁଣି ବିଳମ୍ବ ହୋଇଛି।
ଅକ୍ଟୋବର ମାସରେ ଶୁଣାଣି ହେବାକୁ ଥିବା ମୋଦୀଙ୍କ ଅଭିଯୋଗ ଆବେଦନର ସାରାଂଶ ହେଉଛି, ଭାରତ ପ୍ରତ୍ୟର୍ପଣ କରାଗଲେ ସେ ଆତ୍ମହତ୍ୟା କରିବାର ସମ୍ଭାବନା ଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଯିବା ନିଷ୍ଠୁରତା ହେବ କି? ତାଙ୍କର ମାନସିକ ଅବସ୍ଥା ଯାଞ୍ଚ କରିବା ଲାଗି ଉଭୟ ଦେଶ ତରଫରୁ ପ୍ରବୀଣ ମାନସିକ ରୋଗ ବିଶେଷଜ୍ଞମାନଙ୍କୁ ଡକାଯିବ।
ନିମ୍ନ ଅଦାଲତରେ ଡିଷ୍ଟ୍ରିକ୍ଟ୍ ଜଜ୍ ଗୁଜି ସୁନିଶ୍ଚିତ କରି କହିଥିଲେ ଯେ, ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ନିରବ ମୋଦୀଙ୍କର ସାମର୍ଥ୍ୟ ଅଛି। ତେଣୁ, ତାଙ୍କୁ ପ୍ରତ୍ୟର୍ପଣ କରାଯିବା ନିଷ୍ଠୁରତା ହେବ ନାହିଁ। କିନ୍ତୁ, ମଙ୍ଗଳବାର ଦିନ ନିରବ ମୋଦୀଙ୍କ ବାରିଷ୍ଟର୍ ଏଡ୍ୱାର୍ଡ ଫିଜେରାଲ୍ଡ୍ ହାଇକୋର୍ଟରେ ଯୁକ୍ତି ବାଢ଼ିଲେ ଯେ, ଗୁଜିଙ୍କ ରାୟ ଭୁଲ୍। ସେ ଆହୁରି ମଧ୍ୟ କହିଲେ କି, ଭାରତୀୟ ଜେଲ୍ରେ ନିରବ ମୋଦୀ ସୁସ୍ଥ ହୋଇଯିବେ ବୋଲି ଭାରତ ସରକାରଙ୍କ ଯୁକ୍ତି ମଧ୍ୟ ପ୍ରମାଣସିଦ୍ଧ ନୁହେଁ। ଏହାଛଡ଼ା, ନିରବ ମୋଦୀଙ୍କ କରାବାସ ଅବସ୍ଥା ସଂକ୍ରାନ୍ତରେ ନୂଆଦିଲ୍ଲୀର ପ୍ରତିଶ୍ରୁତି ମଧ୍ୟ ଖୁବ୍ ତ୍ରୁଟିପୂର୍ଣ୍ଣ।
Image Courtesy of CNBC TVପ୍ରକୃତ କଥା ହେଉଛି ପ୍ରତ୍ୟର୍ପଣ ଅବସାଦର କାରଣ ହେବ। ତେଣୁ, ଆତ୍ମହତ୍ୟା ପ୍ରତିରୋଧ ନିମେନ୍ତ ଅବସାଦ ତାଙ୍କ ସାମର୍ଥ୍ୟ ହ୍ରାସ କରିବ ବୋଲି ଫିଜେରାଲ୍ଡ୍ କହିଛନ୍ତି।
ସ୍ମରଣଯୋଗ୍ୟ, ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ରେ ବଡ଼ଧରଣର ଠକେଇ ମାମଲାରେ ରୁଜୁ ହୋଇଥିବା ଅପରାଧିକ ମାମଲାର ବିଚାର ନିମନ୍ତେ ଭାରତ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ଚାହୁଁଛି।
Follow Us