୧.୭ କୋଟି ଟଙ୍କାରେ ବିକ୍ରି ହେଲା ନିରବ ମୋଦୀଙ୍କ ରୋଲ୍‌ସ୍‌ ରଏସ୍‌ ଘୋଷ୍ଟ୍‍ କାର୍‌

Advertisment
୧.୭ କୋଟି ଟଙ୍କାରେ ବିକ୍ରି ହେଲା ନିରବ ମୋଦୀଙ୍କ ରୋଲ୍‌ସ୍‌ ରଏସ୍‌ ଘୋଷ୍ଟ୍‍ କାର୍‌

Image Source: Hindustan Times

ମୁମ୍ବାଇ: ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ କରିଥିବା ପୁନଃନିଲାମରେ ହୀରା ବ୍ୟବସାୟୀ ନିରବ ମୋଦୀଙ୍କର ଗୋଟାଏ ରୋଲ୍‌ସ୍‌ ରଏସ୍‌ ଏବଂ ଗୋଟାଏ ପୋର୍ସ ପାନାମେରା କାର୍‌କୁ ଯଥାକ୍ରମେ ୧. ୭୦ କୋଟି ଓ ୬୦ ଲକ୍ଷ ଟଙ୍କାରେ ବିକ୍ରୟ କରାଯାଇଛି।

୧୨ଟି କାର୍‌ ମଧ୍ୟଣୁ ପୁଣି ଥରେ ନିଲାମ କରାଯାଇଥିବା ୬ଟି କାର୍‌ ମଧ୍ୟରୁ ଉପରୋକ୍ତ ଦୁଇଟି କାର୍‌ ନିମନ୍ତେ ଅଳ୍ପ ନିଲାମଧାରୀ ଆବେଦନ କରିଥିବା ବେଳେ ବାକି ଚାରୋଟି ପାଇଁ ବିକ୍ରେତାମାନେ ଉପଯୁକ୍ତ ପରିମାଣର ଅର୍ଥ ଜମା କରି ପାରି ନ ଥିଲେ। ଗତ ନିଲାମରେ ରୋଲ୍‌ସ୍‌ ରଏସ୍‌ ଘୋଷ୍ଟ୍‍ ୧. ୩୩ କୋଟି ଏବଂ ପୋର୍ସ ପାନାମେରା ୫୪. ୬୦ରେ ନିଲାମ ହୋଇଥିଲା।

ପ୍ରଥମ ନିଲାମରେ ଡକା ଯାଇଥିବା ନିଲାମ ମୂଲ୍ୟ ଠାରୁ ନିଲାମଧାରୀମାନେ କମ୍‌ ମୂଲ୍ୟ ଦେବାକୁ କହିବାରୁ ତିନିଟି କାର୍‌କୁ ଦ୍ୱିତୀୟ ଥର ନିଲାମ କରାଯାଇଥିଲା। ସେଗୁଡ଼ିକ ହେଲା ମର୍ସିଡିଜ୍‌ ବେଞ୍ଜ୍‌ ଜିଏଲ୍‌ ୩୫୦, ହୋଣ୍ଡା ବ୍ରିଓ ଏବଂ ତୋୟତା ଇନୋଭା। ଏଗୁଡ଼ିକି ଯଥାକ୍ରମେ ୪୮ ଲକ୍ଷ, ୨. ୩୯ ଲକ୍ଷ ଏବଂ ୮. ୭୦ ଲକ୍ଷ ଟଙ୍କା ବିନିମୟରେ ବିକ୍ରୟ କରାଯାଇଛି। ସ୍କୋଡା କାର୍‌ଟି ବିକ୍ରୟ ହୋଇ ନ ପାରି ରହିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe