ନିରବ ମୋଦିଙ୍କ ୨୧ଟି ସଂପତ୍ତି ଜବତ କଲା ଇଡି, ମୋଟ ମୂଲ୍ୟ ୫୨୩ କୋଟି

ନିରବ ମୋଦିଙ୍କ ୨୧ଟି ସଂପତ୍ତି ଜବତ କଲା ଇଡି, ମୋଟ ମୂଲ୍ୟ ୫୨୩ କୋଟି

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ସିବିଆଇ ଓ ଇଡିର ସମନକୁ ମାନି ନଥିବାବେଳେ ଭାରତରେ ଥିବା ତାହାର ବିଭିନ୍ନ ସଂପତ୍ତି ଉପରେ ଚଢଉ ଅବ୍ୟାହତ ରହିଛି । ଆଜି ଏନଫୋର୍ସମେଣ୍ଟ ଡାଇରୋକ୍ଟ୍ରେଟ୍‌ (ଇଡି) ପକ୍ଷରୁ ନିରବଙ୍କ ପ୍ରାୟ ୨୧ଟି ସଂପତ୍ତି ଉପରେ ଚଢଉ କରାଯାଇଛି । ଏହା ମଧ୍ୟରେ ନିରବଙ୍କ ବିଳାଶମୟ ପେଣ୍ଟହାଉସ୍‌, ଏକ ଫାର୍ମହାଉସ, ୬ଟି ବାସଗୃହ,୧୦ଟି ଅଫିସ ଘର,ପୁନେରେ ୨ଟି ଫ୍ଲାଟ୍‌, ଏକ ସୋଲାର ପାଓ୍ଵାର ପ୍ଲାଣ୍ଟ, ଅହମଦନଗର ଜିଲ୍ଲାର କାରଜାତଠାରେ ଥିବା ୧୩୫ ଏକର ଜମି ଆଦି ଅନ୍ତର୍ଭୁକ୍ତ ।ଏଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୫୨୩ କୋଟି ଟଙ୍କା ହେବ । ଏଗୁଡ଼ିକ ମଧ୍ୟରୁ କେତେକ ନିରବ ମୋଦିଙ୍କ ନାମରେ, ଆଉ କେତେକ ତାଙ୍କ ପତ୍ନୀ ଅମି ମୋଦିଙ୍କ ନାମରେ ଓ ଆଉ କେତେକ ତାଙ୍କ କମ୍ପାନି ଫାୟାରଷ୍ଟାର ଇଣ୍ଟରନାସନାଲ ନାମରେ ରହିଛି ।

କେବଳ ସମୁଦ୍ର ମହଲ ଆପାର୍ଟମେଣ୍ଟରେ ଥିବା ନିରବଙ୍କ ପେଣ୍ଟହାଉସ ମୂଲ୍ୟ ୮୦ କୋଟି ଟଙ୍କା ଓ ଫ୍ଲାଟର ମୂଲ୍ୟ ୩୦ କୋଟି ଟଙ୍କା ଅନୁମାନ କରାଯାଉଛି । ଏସବୁ ସଂପତ୍ତିଗୁଡିକୁ ଜବତ କରିଛି ଇଡି । ପ୍ରେଭେନ୍ସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ ଅନୁସାରେ ଏଗୁଡିକୁ ଜବତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe