ନିର୍ଭୟା ମାମଲା : ବିଳମ୍ବିତ ହୋଇପାରେ ଫାଶୀ

୨୨ରେ ମୃତ୍ୟୁଦଣ୍ଡ ସମ୍ଭବ ନୁହେଁ: ଦିଲ୍ଲୀ ସରକାର

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର କ୍ଷମା ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

livelaw.in

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଜଣ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖ‌େର ଫାଶୀଦଣ୍ଡ ମିଳି ନ ପାରେ। ସେମାନଙ୍କ ମୃତ୍ୟୁଦଣ୍ଡ ବିଳମ୍ବିତ ‌େହାଇପାରେ। ଏ ସଂକ୍ରାନ୍ତରେ ନିୟମରେ ରହିଥିବା ଦୋଷ ଦୁର୍ବଳତାରୁ ଫାଇଦା ଉଠାଇବାକୁ ଉଦ୍ୟମ ଚଳାଇଛନ୍ତି ଦୋଷୀମାନେ। ଏହାକୁ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ସ୍ବୀକାର କରିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଆଇନରେ ସଂଶୋଧନ ନକଲେ ବିଚାର ବ୍ୟବସ୍ଥା ଉପରୁ ଲୋକମାନଙ୍କର ଆସ୍ଥା ଉଠିଯିବ।

ସୂଚନା‌େଯାଗ୍ୟ ଯେ କୋର୍ଟ ଦ୍ବାରା ଜାରି ହୋଇଥିବା ‘ଡେଥ୍‌ ୱାରେଣ୍ଟ’ ଉପରେ ରହିତାଦେଶ ଲାଗି ଜଣେ ଦୋଷୀ କରିଥିବା ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। କହିଛନ୍ତି ଯେ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାରେ ବିଳମ୍ବ କରିବା ପାଇଁ ଦୋଷୀମାନଙ୍କ ପକ୍ଷରୁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଉଛି।

ହାଇକୋର୍ଟରେ ପିଟିସନ ଖାରଜ ହେବା ସତ୍ତ୍ବେ ଆସନ୍ତା ୨୨ ତାରିଖରେ ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। କହିଛନ୍ତି ଯେ ସୁପ୍ରିମ ‌େକାର୍ଟରେ କ୍ୟୁରେଟିଭ୍‌ ପିଟିସନ ଖାରଜ ହେବାପରେ ଦୋଷୀ ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ ଦାଖଲ କରିଥିବାରୁ ୨୨ ତାରିଖ ଦିନ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଦିଲ୍ଲୀ ସରକାରଙ୍କ ଓକିଲ କହିଥିଲେ ଯେ ନିୟମ ଅନୁଯାୟୀ କ୍ଷମା ଆବେଦନ ଖାରଜ ହେବାର ୧୪ ଦିନ ପରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିବ। ଏହା ପୂର୍ବରୁ ସମ୍ଭବ ନୁହେଁ। ଦୋଷୀ ପକ୍ଷଙ୍କ ଓକିଲ ମଧ୍ୟ କହିଥିଲେ ଯେ ଦୋଷୀଙ୍କ କ୍ଷମା ଆବେଦନ ଖାରଜ ହେଲେ ମଧ୍ୟ ସେମାନଙ୍କୁ ନିୟମ ଅନୁଯାୟୀ ୧୪ ଦିନ ସମୟ ମିଳିବ, ତେଣୁ କୌଣସି ପରିସ୍ଥିତିରେ ୨୨ରେ ଫାଶୀ ମିଳିବ ନାହିଁ। ସରକାରୀ ଓକିଲ ମଧ୍ୟ ଏହି ଯୁକ୍ତିକୁ ଗ୍ରହଣ କରିଥିଲେ ଏବଂ ଆପତ୍ତି ଉଠାଇ ନଥିଲେ। ଡେଥ୍‌ ୱାରେଣ୍ଟ ବିରୋଧରେ ଦୋଷୀ ମୁକେଶର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ମନମୋହନ ପ୍ରଶ୍ନ କରିଥିଲେ ଯେ ଜେଲ୍‌ ଅଧିକାରୀଙ୍କ ପକ୍ଷରୁ ଦୋଷୀଙ୍କୁ ପ୍ରଥମେ ନୋଟିସ ଜାରି କରିବାରେ ଏତେ ବିଳମ୍ବ କାହିଁକି ହୋଇଥିଲା। ଦୋଷୀମାନଙ୍କ ପକ୍ଷରୁ ଅତ୍ୟନ୍ତ ଚତୁରତାର ସହ ବ୍ୟବସ୍ଥାର ଦୁରୁପଯୋଗ ହୋଇଛି ବୋଲି ବିଚାରପତି କହିଥିଲେ। ଏଭଳି ହେଲେ ଜନସାଧାରଣ ବ୍ୟବସ୍ଥା ଉପରୁ ଭରସା ହରାଇବେ ବୋଲି ବିଚାରପତି କହିଥିଲେ।

ଦୋଷୀ ମୁକେଶର କ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି କେବେ ଆସିବ ତାହା ଉପରେ ସବୁ ନିର୍ଭର କରୁଛି। ରାଷ୍ଟ୍ରପତି ସେମାନଙ୍କର କ୍ଷମା ଆବେଦନ ଖାରଜ କଲା ପରେ କୋର୍ଟ ପକ୍ଷରୁ ସାନି ଡେଥ୍ ୱାରେଣ୍ଟ ଜାରି ହେବ। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ୪ ଜଣ ‌େଦାଷୀ ଜଣେ ପରେ ‌ଜଣେ କ୍ଷମା ପ୍ରାର୍ଥନା ଅଲଗା ଅଲଗା କଲେ ମୃତ୍ୟୁଦଣ୍ଡ ଆହୁରି ବିଳମ୍ବିତ ହେବ।

ସୂଚନାଯୋଗ୍ୟ ଯେ ଆସନ୍ତା ୨୨ ତାରିଖରେ ୪ ‌େଦା‌ଷୀଙ୍କୁ ଫାଶୀ ଦେବା ଲାଗି କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଥିଲେ। ଏହାକୁ ଜଣେ ଦୋଷୀ ହାଇକୋର୍ଟରେ ଚାଲେଞ୍ଜ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe