ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଲା ନିର୍ଭୟା ଦୋଷୀ ଅକ୍ଷୟ ଠାକୁର

ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଲା ନିର୍ଭୟା ଦୋଷୀ ଅକ୍ଷୟ ଠାକୁର

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ରାଜକ୍ଷମା ଆବେଦନ କରିଥିବା ଜଣାଯାଇଛି। ଏହାପୂର୍ବରୁ ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ହିଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଶନିବାର ଫାଶୀ ପାଇବାର ଥିଲା। କିନ୍ତୁ ଆଇନର ଫାନ୍ଦରେ ଏହା ପୁଣି ଛନ୍ଦି ହୋଇଯିବାରୁ ଫେବ୍ରୁଆରି ପହିଲା ପାଇଁ ଜାରି ହୋଇଥିବା ୪ ଜଣଙ୍କ ଡେଥ୍‌ ୱାରେଣ୍ଟ ଉପରେ ଅଦାଲତ ରହିତାଦେଶ ଲଗାଇଥିଲେ। ତେବେ ପରବର୍ତ୍ତୀ କେଉଁ ତାରିଖରେ ଫାଶୀ ଦିଆଯିବ ତାହା ସ୍ପଷ୍ଟ କରିନଥିଲେ।

publive-image Latest Laws

୨୦୧୨ରେ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ଫାଶୀରେ ଝୁଲାଇବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା। ତେବେ ଗତକାଲି ପଟିଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ଫାଶୀ ଦିଆଯିବ ନାହିଁ ଏବଂ ଏହି ମାମଲାରେ ପରବର୍ତ୍ତୀ ଆଦେଶ ଜାରି ହେବା ପର୍ଯ୍ୟନ୍ତ ଏଥିରେ ରହିତାଦେଶ ଲାଗିବ ବୋଲି କହିଥିଲେ। ଦୋଷୀଙ୍କ ପାଖରେ ଏବେ ବି ନ୍ୟାୟିକ ବିକଳ୍ପ ରହିଥିବାରୁ ସେମାନଙ୍କ ଆବେଦନର ଶୁଣାଣି କରି ଅଦାଲତ ଏହି ରହିତାଦେଶ ଶୁଣାଇଥିଲେ।

ଅଦାଲତର ଏହି ଫଇସଲା ପରେ ନିର୍ଭୟାଙ୍କ ମା’ଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିବା ଓକିଲ କହିଥିଲେ ଯେ ଫାଶୀକୁ ଟାଳିବା ପାଇଁ ଦୋଷୀଙ୍କ ପକ୍ଷରୁ ବିଭିନ୍ନ କୂଟକୌଶଳ ଅବଲମ୍ବନ କରାଯାଉଛି। ସେହିପରି ନିର୍ଭୟାଙ୍କ ମା’ ଫାଶୀ ବିଳମ୍ବିତ ହେଉଥିବା ନେଇ ତାଙ୍କର ନିରାଶା ବ୍ୟକ୍ତ କରିଥିଲେ ହେଁ, ଆଇନ ଉପରେ ତାଙ୍କର ଭରସା ରହିଛି ବୋଲି ଗଣମାଧ୍ୟମକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe