ରାଷ୍ଟ୍ରପତିଙ୍କ ରାଜକ୍ଷମା ଖାରଜକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟ ଗଲା ଅନ୍ୟତମ ନିର୍ଭୟା ଦୋଷୀ ବିନୟ

Advertisment
ରାଷ୍ଟ୍ରପତିଙ୍କ ସବୁ କାର୍ଯ୍ୟକ୍ରମ ବାତିଲ, ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

(File Photo | PTI)

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚ ଘୁଞ୍ଚି ଯାଉଛି। ଜଣେ ପରେ ଜଣେ ରାଜକ୍ଷମା ଆବେଦନ ଓ କ୍ୟୁରିଟିଭ୍‌ ପିଟିସନ ଆଦିର ସହାୟତା ନେଇ ତାରିଖକୁ ଘୁଞ୍ଚାଇ ଚାଲିଛନ୍ତି। ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଦୋଷୀଙ୍କ ପକ୍ଷରୁ ହୋଇଥିବା ରାଜକ୍ଷମା ଆବେଦନକୁ ଖାରଜ କରି ସାରିଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ବିନୟ ଶର୍ମା ରା‌ଷ୍ଟ୍ରପତି କୋବିନ୍ଦଙ୍କ ରାଜକ୍ଷମା ଆବେଦନ ଖାରଜକୁ ଚ୍ୟ‌ାଲେଞ୍ଜ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି ବୋଲି ସୂଚନା ରହିଛି।

ଶର୍ମା ପାଇଁ ଲଢୁଥିବା ଓକିଲ ଏ ପି ସିଂହ ଶର୍ମାର ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ବଦଳାଇବା ପାଇଁ ଆବେଦନ କରିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାଷ୍ଟ୍ରପତି କୋବିନ୍ଦ ଫେବ୍ରୁଆରି ପହିଲାରେ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଥିଲେ।

publive-image LiveLaw

ପୂର୍ବରୁ ଫେବ୍ରୁଆରି ପହିଲାରେ ୪ ଜଣ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବାକୁ ତାରିଖ ସ୍ଥିର ହୋଇଥିଲା। ମାତ୍ର ଜାନୁଆରି ୩୧ ତାରିଖ ଦିନ ଅଦାଲତ ଦୋଷୀମାନଙ୍କ ଫାଶୀ ଦଣ୍ଡ କାର୍ଯ୍ୟକାରୀ ହେବାକୁ  ସ୍ଥଗିତ ରଖିଥିଲେ। ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବା ନଯାଏ ମୁକେଶ, ପୱନ, ବିନୟ ଓ ଅକ୍ଷୟ ଫାଶୀରେ ଝୁଲିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦୋଷୀମାନେ ସବୁ ପ୍ରକାରର ଆବେଦନ କରି ସାରିଲେଣି। ମାତ୍ର ପୱନ ଏଯାଏ କ୍ୟୁରିଟିଭ୍‌ ପିଟିସନ ଦାୟର କରିନାହିଁ। ପୱନ ନିକଟରେ ରାଜକ୍ଷମା ଆବେଦନର ସୁଯୋଗ ମଧ୍ୟ ଏବେ ପର୍ଯ୍ୟନ୍ତ ଅଛି।

ଉଲ୍ଲେଖଯୋଗ୍ୟ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ପାରାମେଡିକାଲ୍‌ ଛାତ୍ରୀ ନିର୍ଭୟା ବସରେ ଯାଉଥିବା ବେଳେ ନରରୂପୀ ରାକ୍ଷସମାନେ ଗଣଦୁଷ୍କର୍ମ କରି ତା’ର ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe