ଦିଲ୍ଲୀ ସରକାରଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେଲେ ନିର୍ଭୟା ଦୋଷୀ ବିନୟ ଶର୍ମାର ଓକିଲ

ଦିଲ୍ଲୀ ସରକାରଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେଲେ ନିର୍ଭୟା ଦୋଷୀ ବିନୟ ଶର୍ମାର ଓକିଲ

indiatoday.in

ନୂଆଦିଲ୍ଲୀ: ୨୦୧୨ରେ ଭାରତର ରାଜଧାନୀ ଦିଲ୍ଲୀରେ ସଂଘଟିତ ବହୁଚର୍ଚ୍ଚିତ  ନିର୍ଭୟା  ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କୁ ଏ ପର୍ଯ୍ୟନ୍ତ ଦଣ୍ଡ ମିଳିପାରି ନାହିଁ। ଫାଶୀ ଦିଆଯିବା ନେଇ ଦୁଇ ଦୁଇ ଥର ତାରିଖ ଧାର୍ଯ୍ୟ କରାଯିବା ପରେ ୪ଜଣ ଦୋଷୀଙ୍କ ଓକିଲ ନୂଆ ନୂଆ ଆଇନଗତ ପେଞ୍ଚ ଆପଣାଇ ଫାଶୀକୁ ଅଟକାଇଛନ୍ତି । ଏବେ ମାର୍ଚ୍ଚ ୩ରେ ଫାଶୀ ଦିଆଯିବା ନେଇ ଦିଲ୍ଲୀ ପାଟିଆଲା ହାଉସ୍‌ ଅଦାଲତ ନିଷ୍ପତ୍ତି ନେଇ ସାରିଥିବା ବେଳେ ଏହାକୁ ରୋକିବା ପାଇଁ ଆଉ ଏକ ଚାଲ୍ ଖେଳିଛନ୍ତି ଦୋଷୀ ବିନୟ ଶର୍ମାର ଓକିଲ ଏ ପି ସିଂହ। ସୁପ୍ରିମ କୋର୍ଟ ପରେ ଏବେ ସେ ନିର୍ବାଚନ କମିସନଙ୍କ ନିକଟରେ ଏକ ପିଟିସନ ଦାୟର କରିଛନ୍ତି।

Image result for nirbhaya-case-convicts-hanging-vinay-sharma-mercy-petition-election-commission India TV

ଦାୟର କରିଥିବା ପିଟିସନ‌ରେ ଲେଖାଯାଇଛି କି, ଜାନୁଆରି ୩୦ ତାରିଖରେ ଦୋଷୀ ବିନୟ ଶର୍ମାର ରାଜକ୍ଷମାର ଆବେଦନ ପତ୍ର ଦିଲ୍ଲୀ ସରକାରଙ୍କ ପାଖରେ ପହଞ୍ଚିଥିଲା। ଆବେଦନ ପତ୍ର ପହଞ୍ଚିବା ପରେ ମନୀଷ ସିସୋଦିଆ ଆବେଦନକୁ ଖାରଜ କରି ଦେଇଥିଲେ। ଦିଲ୍ଲୀ ନିର୍ବାଚନ ଆଗକୁ ଥିବାରୁ ସେ ସମୟରେ ଦିଲ୍ଲୀରେ ନିର୍ବାଚନର ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଥିଲା। ତେଣୁ ସେ ସମୟରେ ମନୀଷ ସିସୋଦିଆ ନା ବିଧାୟକ ଥିଲେ ନା ଦିଲ୍ଲୀ ସରକାରଙ୍କ ଗୃହମନ୍ତ୍ରୀ। ଏଭଳି ପରିସ୍ଥିତିରେ ତାଙ୍କର ରାଜକ୍ଷମା ଆବେଦନ ଖାରଜ ଲାଗି ସୁପାରିସ କରିବାର କୌଣସି ଅଧିକ‌ାର ନଥିଲା। ଏମିତି କି ମନୀଷ ସିସୋଦିଆଙ୍କର ଡିଜିଟାଲ ହସ୍ତାକ୍ଷରର ଆବଶ୍ୟକତା ରହିଥିବା ବେଳେ ସେ ହ୍ବାଟସଆପରେ ପଠାଇଥିବା ହସ୍ତାକ୍ଷରକୁ ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ବ୍ୟବହାର କରାଯାଇଥିଲା। ନିର୍ବାଚନ କମିସନଙ୍କୁ ଏ ଦିଗ ପ୍ରତି ଦୃଷ୍ଟି ଦେଇ ତଦନ୍ତ କରିବା ଦରକାର। ଭାରତର ନିର୍ବାଚନ କମିସନ, ରାଷ୍ଟ୍ରପତି, ସୁପ୍ରିମକୋର୍ଟ ଏବଂ ଗୃହମନ୍ତ୍ରାଳୟର ସମ୍ମାନ ଏଭଳି ଭାବେ ନଷ୍ଟ ହେଉ ବୋଲି ଆମେ ଚାହୁନାହୁଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe