Image Source: India Today
ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଜେଲ୍ ପ୍ରକୋଷ୍ଠ କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଛନ୍ତି।
ତିହାର ଜେଲ୍ ସୂତ୍ରରୁ ପ୍ରକାଶ ଯେ ନିର୍ଭୟା ଦୋଷୀ ବିନୟ ଶର୍ମା ଫେବ୍ରୁଆରି ୧୬ ତାରିଖ ଦିନ ଜେଲ୍ ପ୍ରକୋଷ୍ଠ କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଛନ୍ତି। ଜେଲ୍ କର୍ମଚାରୀମାନେ ତାଙ୍କୁ ଏଥିରୁ ନିବୃତ କରାଇଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା ବୋଲି କୁହାଯାଉଛି।
ପୂର୍ବରୁ ବିନୟଙ୍କ ଓକିଲ କହିଥିଲେ ଯେ ତିହାର ଜେଲ୍ରେ ଅନଶନ କରିଛନ୍ତି।
Image Source: India TVଜେଲ୍ରେ ବିନୟକଙ୍କୁ ଆକ୍ରମଣ କରାଯାଇଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କଥା ମଧ୍ୟ ତାଙ୍କ ଓକିଲ ଦାବି କରିଥିଲେ। ସେ ଆହୁରି କହିଥିଲେ ଯେ ବିନୟଙ୍କର ମାନସିକ ସ୍ଥିତି ଭଲ ନ ଥିବାରୁ ତାଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ। ତେଣୁ, ଆଇନ ଅନୁଯାୟୀ ବିନୟଙ୍କର ଉପଯୁକ୍ତ ତତ୍ତ୍ୱ ନେବା ପାଇଁ ଅଦାଲତ ତିହାର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ନିର୍ଦେଶ ଦେଇଥିଲେ।
ସୋମବାର ଦିନ ଦିଲ୍ଲୀ ଅଦାଲତ ଆଦେଶ ଦେଇଥିଲେ ଯେ ନୂଆ ମୃତ୍ୟୁ ପର୍ଓ୍ଵାନା ଜାରି କରାଗଲେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀଙ୍କୁ ମାର୍ଚ ୩ ତାରିଖରେ ଫାଶୀ ଦିଆଯିବ।
Follow Us