Image Source: Outlook India
ନୂଆଦିଲ୍ଲୀ: ତିହାର ଜେଲ୍ ସବୁ ଦଲିଲ ଦାଖଲ କରି ସାରିଥିବାରୁ ଆଉ ନିର୍ଦେଶ ଦେବା ଅନାବଶ୍ୟକ କହି ଶନିବାର ଦିନ ଦିଲ୍ଲୀର ପାଟିଆଲା କୋର୍ଟ ନିର୍ଭୟା ଦୋଷୀଙ୍କ ଓକିଲ କରିଥିବା ଆବେଦନକୁ ଖାରଜ କରିଛନ୍ତି।
୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମାଲରେ ଦୋଷୀ ବିନୟଙ୍କ ଓକିଲ ଏ. ପି. ସିଂହ ଆବେଦନ କରିଥିଲେ କି, କ୍ୟୁରେଟିଭ୍ ପିଟିସନ୍ ଫାଇଲ୍ ସକାଶ ଆବଶ୍ୟକ ଦଲିଲ୍ପତ୍ର ଜେଲ୍ କର୍ତ୍ତୃପକ୍ଷ ଏଯାବତ୍ ଦେଇ ନାହାନ୍ତି।
ବିନୟଙ୍କ ଲିଖିତ ୧୬୦ ପୃଷ୍ଠାର ଡାଏରି ‘ଦରିନ୍ଦା’ ଲାଗି ଏବେ ହାଇକୋର୍ଟରେ ଆବେଦନ କରିବେ ବୋଲି ଓକିଲ ଏ. ପି. ସିଂହ କହିଛନ୍ତି।
Image Source: Jammu News Linksଅଦାଲତଙ୍କୁ ଓକିଲ ଏ. ପି. ସିଂହ ଆହୁରି କହିଛନ୍ତି ଯେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କୁ ସ୍ୱଳ୍ପ ମାତ୍ରାରେ ବିଷ ଦିଆଯାଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ସେ ଡାକ୍ତରୀ ରିପୋର୍ଟ ସବୁ ଦାଖଲ କରାଯାଇ ନାହିଁ।
ସରକାରୀ ଓକିଲ ଅଦାଲତଙ୍କୁ କହିଲେ କି, ଦୋଷୀମାନେ ବିଳମ୍ବ କରାଇବା ଲାଗି ଚାଲ୍ ଚାଲ୍ ଚଳାଇଛନ୍ତି। ଦୋଷୀଙ୍କ ଓକିଲ ଖୋଜୁଥିବା ସମସ୍ତ ଦଲିଲ୍ ତିହାର ଜେଲ୍ କର୍ତ୍ତୃପକ୍ଷ ଦେଇ ସାରିଛନ୍ତି।
Follow Us