ନିର୍ଭୟା ମାମଲା: ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ଆଗତ ମାମଲାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ଦିଲ୍ଲୀ ଅଦାଲତ

ନିର୍ଭୟା ମାମଲା: ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ଆଗତ ମାମଲାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ଦିଲ୍ଲୀ ଅଦାଲତ

OutLookIndia

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି ପାଇଁ ଦିଲ୍ଲୀର ଏକ ଅଦାଲତରେ ଗତକାଲି (ବୁଧବାର) ଆଗତ କରା ଯାଇଥିବା ଏକ ମାମଲାର ଶୁଣାଣିକୁ ଆସନ୍ତା ସୋମବାର ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଦିଲ୍ଲୀ ଅଦାଲତ।

ଏଥିସହ ଏହି ମାମଲାର ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ତା’ ମାମଲା ଲଢ଼ିବା ପାଇଁ ଓକିଲ ମିଳୁ ନାହାନ୍ତି ବୋଲି ଅଦାଲତଙ୍କୁ କହିବା ପରେ ଅତିରିକ୍ତ ଦୌରାଜଜ୍‌ ଧର୍ମେନ୍ଦ୍ର ରାଣା ଦୋଷୀ ପଓ୍ଵନର ମାମଲା ଲଢ଼ିବା ପାଇଁ ଆଇନଜୀବୀ ରବି କାଜୀଙ୍କୁ ନିଯୁକ୍ତ କରିଛନ୍ତି। ଚାରି ଦୋଷୀଙ୍କ ମଧ୍ୟରୁ ପଓ୍ଵନ ଗୁପ୍ତା ହେଉଛି ଏକମାତ୍ର ଦୋଷୀ ଯିଏକି ଏଯାବତ୍‌ ସୁପ୍ରିମ୍‌ କୋର୍ଟରେ ନିଜର କ୍ୟୁରେଟିଭ୍‌ ପିଟିସନ ବିଚାର ପାଇଁ ଦେଇ ନାହିଁ କିମ୍ବା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ ମଧ୍ୟ କରିନାହିଁ। ତେଣୁ, ଏପରିସ୍ଥିତିରେ ଦିଲ୍ଲୀ ଅଦାଲତର ଅତିରିକ୍ତ ଦୌରାଜଜ୍‌ ଧର୍ମେନ୍ଦ୍ର ରାଣା, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ଆଗତ ମାମଲାର ଶୁଣାଣିକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

publive-image LiveLaw

ଅନ୍ୟପକ୍ଷରେ ଏହି ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତି ତା’ ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଯେଉଁ ସୁପ୍ରିମ୍‌ କୋର୍ଟରେ ଯେଉଁ ଆବେଦନ କରିଥିଲା ତାହାର ଶୁଣାଣି ଆଜି ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଆର ଭାନୁମତୀ, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ସେମାନଙ୍କର ରାୟକୁ ଆସନ୍ତାକାଲି (ଶୁକ୍ରବାର) ଦିନ ୨ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe