Image Source: India Today
ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀଙ୍କୁ ପୃଥକ୍ ଭାବେ ଫାଶୀ ଦେବା ନିମନ୍ତେ କେନ୍ଦ୍ର ସରକାର କରିଥିବା ଆବେଦନର ଶୁଣାଣି ଶୁକ୍ରବାର ଦିନ କରାଯିବ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
ଆଜି ସୁପ୍ରିମ୍ କୋର୍ଟ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶଙ୍କ ଆବେଦନର ମଧ୍ୟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମ୍ କୋର୍ଟ ନିର୍ଭୟା ମାମଲାର ସମସ୍ତ ଦୋଷୀମାନଙ୍କୁ କହିଛନ୍ତି ଯେ ସେମାନେ କେନ୍ଦ୍ର ସରକାରଙ୍କ ପୃଥକ ଫାଶୀ ଆବେଦନର ପ୍ରତ୍ୟୁତ୍ତର ଶୁକ୍ରବାର ସୁଦ୍ଧା ଦାଖଲ କରନ୍ତୁ।
Photo Credits: ANIଦୋଷୀ ପବନ ଗୁପ୍ତାଙ୍କ ପାଇଁ ଆଜି ସୁପ୍ରିମ୍ କୋର୍ଟ ଆମିକସ୍ କ୍ୟୁରି ଭାବେ ଆଡ୍ଭୋକେଟ୍ ଅଞ୍ଜନ ପ୍ରକାଶଙ୍କୁ ନିଯୁକ୍ତ କରିଛନ୍ତି। ତାଙ୍କୁ ସହାୟତା କରିବାକୁ କୌଣସି ଓକିଲ ନାହାନ୍ତି ବୋଲି ପବନ ପୂର୍ବରୁ କହିଥିଲେ। ଚାରି ଅପରାଧିଙ୍କ ମଧ୍ୟରୁ ଏକମାତ୍ର ପବନ ହିଁ ଏ ପର୍ଯ୍ୟନ୍ତ କୁରେଟିଭ୍ ପିଟିସନ୍ ଦାଏର କରି ନାହାନ୍ତି। ଏହାଛଡ଼ା ତାଙ୍କର ରାଜକ୍ଷମା ଆବେଦନ ବିକଳ୍ପ ରହିଛି।
Follow Us