ABP Live
ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟା ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହର ସୁପ୍ରିମ୍ କୋର୍ଟରେ ଆଗତ କରିଥିବା କ୍ୟୁରେଟିଭ୍ ପିଟିସନର ଶୁଣାଣି ଆସନ୍ତାକାଲି (ଗୁରୁବାର) ହେବ ବୋଲି ଜାଣିବାକୁ ମିଳିଛି। ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଏନ୍ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆର ଏଫ୍ ନରିମାନ, ଜଷ୍ଟିସ ଆର ଭାନୁମତି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ ଏହି କ୍ୟୁରେଟିଭ୍ ପିଟିସନର ଶୁଣାଣି କରିବେ। ତେବେ, ଆସନ୍ତାକାଲି ଦିନ ୧ଟା ବେଳେ ଏହି କ୍ୟୁରେଟିଭ୍ ପିଟିସନର ଶୁଣାଣି କୋର୍ଟରେ ନହୋଇ ବିଚାରପତିଙ୍କ ବ୍ୟକ୍ତିଗତ ଚ୍ୟାମ୍ବର ମଧ୍ୟରେ ହେବ ବୋଲି ଜାଣିବାକୁ ମିଳିଛି।
 Live Lawପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଅନ୍ୟ ୨ଜଣ ଦୋଷୀ ମୁକେଶ ସିଂହ ଓ ବିନୟ ଶର୍ମାଙ୍କ ପକ୍ଷରୁ ଆଗତ କ୍ୟୁରେଟିଭ୍ ପିଟିସନର ଶୁଣାଣି କରି ଏହି ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜାନୁଆରି ୧୪ ତାରିଖରେ କ୍ୟୁରେଟିଭ୍ ପିଟିସନକୁ ଖାରଜ କରିଦେଇଥିଲେ। ଏହାପରେ ଦୋଷୀ ମୁକେଶ ସିଂହ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଏହାକୁ ମଧ୍ୟ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ। ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜକୁ ଚାଲେଞ୍ଜ କରି ମୁକେଶ ପୁନର୍ବାର ଆଉ ଏକ ପିଟିସନ ସୁପ୍ରିମ୍ କୋର୍ଟରେ ଆଗତ କରିଥିଲା। ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିବା ପରେ ଆଜି ଏହାକୁ ଖାରଜ କରି ଦେଇଛନ୍ତି।
  
 Follow Us