Image Courtesy of HT
ନୂଆଦିଲ୍ଲୀ: ୨୦୧୨ ମସିହା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କ ମଧ୍ୟରୁ ଦୋଷୀ ବିନୟ ଶର୍ମା ଗୁରୁବାର ଦିନ ସୁପ୍ରିମ୍ କୋର୍ଟରେ ‘କ୍ୟୁରେଟିଭ୍ ପିଟିସନ୍’ ଦାଏର କରିଛନ୍ତି।
ଦୋଷୀ ବିନୟ ଶର୍ମାଙ୍କ ଓକିଲ ଏ. ପି. ସିଂହ କହିଛନ୍ତି ଯେ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ନିବେଦନ କରି ସୁପ୍ରିମ୍ କୋର୍ଟରେ ‘କ୍ୟୁରେଟିଭ୍ ପିଟିସନ୍’ ଦାଏର କରାଯାଇଛି। ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଚାରିଜଣ ଦୋଷୀଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ତିହାର ଜେଲ୍ରେ ଫାଶୀ ଦିଆଯିବ।
Image Source: India Todayଘଟଣା ଘଟିବା ସମୟରେ ବିନୟଙ୍କୁ ମାତ୍ର ୧୯ ବର୍ଷ ହୋଇଥିବାରୁ ଏ କଥା ସୁପ୍ରିମ୍ କୋର୍ଟ ବିଚାରକୁ ନେବା ନିମନ୍ତେ ପିଟିସନ୍ରେ ନିବେଦନ କରାଯାଇଥିବା କଥା ଓକିଲ ଏ. ପି. ସିଂହ କହିଛନ୍ତି। ତରୁଣ ବୟସ ଓ ସାମାଜିକ-ଆର୍ଥିକ ପୃଷ୍ଠଭୂମିକୁ ବିଚାର କରାଯାଇ ଦଣ୍ଡ କୋହଳ ହେବା ଉଚିତ ବୋଲି ସେ ଯୁକ୍ତିବାଢ଼ିଛନ୍ତି।
ଅନ୍ୟ ୧୭ଟି ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ନାବାଳକଙ୍କ ସମେତ ସୁପ୍ରିମ୍ କୋର୍ଟ ଦୋଷୀମାନଙ୍କୁ ମୃତ୍ୟୁ ଓ ଯାବଜ୍ଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ସେହି ନ୍ୟାୟରେ ବିନୟଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶ କୋହଳ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।
ଦୋଷୀଙ୍କ ପାଇଁ ‘କୁରେଟିଭ୍ ପିଟିସନ୍’ ହେଉଛି ଶେଷ ଆଇନଗତ ସମ୍ବଳ। ସାଧାରଣତଃ ପ୍ରକୋଷ୍ଠ ମଧ୍ୟରେ ବା ରୁଦ୍ଧଦ୍ୱାରରେ ଏହାର ବିଚାର କରାଯାଇଥାଏ।
Follow Us