ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଅନ୍ୟତମ ଦୋଷୀ ପଓ୍ଵନ କୁମାର ଗୁପ୍ତା ଆଜି ନିଜର କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମ୍ କୋର୍ଟରେ ଆଗତ କରିଥିବା ଜାଣିବାକୁ ମିଳିଛି। ଏଥିସହ ସେ ଜାରି ହୋଇଥିବା ମୃତ୍ୟୁ ପରୱାନା ଉପରେ ରହିତାଦେଶ ଜାରି କରିବା ଲାଗି ଆବେଦନ କରିଛି।
ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ସଂପୃକ୍ତ ୪ ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି ହୋଇ ସାରିଥିବା ବେଳେ ଅନ୍ୟତମ ଦୋଷୀ ପଓ୍ଵନ କୁମାର ଗୁପ୍ତା ଆଜି ନିଜର କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମ୍ କୋର୍ଟରେ ଆଗତ କରବା ପରେ ପୁଣି ଥରେ ‘ମୃତ୍ୟୁ ପରଓ୍ଵାନା’ର କାର୍ଯ୍ୟକାରୀତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Legal Indiaପଓ୍ଵନ କୁମାର ଗୁପ୍ତା ଆଜି ସୁପ୍ରିମ୍ କୋର୍ଟରେ ଆଗତ କରିଥିବା ନିଜର କ୍ୟୁରେଟିଭ୍ ପିଟିସନ୍ରେ ତା’ର ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି।
Follow Us