ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ବାଲି ବସ୍ତାକୁ ଫାଶୀ ଦେଇ ଫାଶ ପରୀକ୍ଷା କଲେ ଜେଲ୍‌ କର୍ତ୍ତୃପକ୍ଷ

Advertisment
ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ବାଲି ବସ୍ତାକୁ ଫାଶୀ ଦେଇ ଫାଶ ପରୀକ୍ଷା କଲେ ଜେଲ୍‌ କର୍ତ୍ତୃପକ୍ଷ

Image Source: Latestly

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀମାନଙ୍କୁ ଫାଶୀ ଦେବା ଆଗରୁ ରବିବାର ଦିନ ତିହାର ଜେଲ୍‌ କର୍ତ୍ତୃପକ୍ଷ ଜେଲ୍‌ ମଧ୍ୟରେ ‘ମକ୍‌ ହ୍ୟାଙ୍ଗିଙ୍ଗ୍‌’ (ମିଛିମିଛିକା ଫାଶୀ) କରିଛନ୍ତି। ୨୦୧୨ ନିର୍ଭୟା ଗଣଦୁଷ୍କର୍ମକାରୀ ଦୋଷୀଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟା ବେଳେ ଫାଶୀ ଦିଆଯିବ।

‘ମକ୍‌ ହ୍ୟାଙ୍ଗିଙ୍ଗ୍‌’ ପାଇଁ ତିହାର ଜେଲ୍‌ର କର୍ମଚାରୀମାନେ ଅଖା ବସ୍ତାରେ ଟେକାପଥର ଓ ବାଲି ଭର୍ତ୍ତିକରି ସମ୍ପୃକ୍ତ ଅପରାଧୀଙ୍କ ଓଜନ ଅନୁସାରେ ‘ଡମି’ ବା ପୁତ୍ତଳିକା ତିଆରି କରିଥିଲେ। କିନ୍ତୁ, ଏହି ‘ଡମି’ ବା ପୁତ୍ତଳିକାକୁ ଫାଶୀ ଦେବା ନିମନ୍ତେ ଜହ୍ଲାଦ ପବନଙ୍କୁ ଡକାଯାଇ ନ ଥିଲା। ଜେଲ୍‌ ଜଣେ କର୍ମଚାରୀ ଏଗୁଡ଼ିକୁ ଫାଶୀଖୁଣ୍ଟରେ ଝୁଲାଇ ଥିଲେ। ବିହାରର ବକ୍ସର୍‌ ଜେଲ୍‌ର କଏଦୀମାନେ ଏହି ଫାଶୀ ଦଉଡ଼ି ବଳିଛନ୍ତି।

publive-image Image Source: Hindustan Times

ଜାନୁଆରି ୨୨ ତାରିଖ ଦିନ ଚାରି ଦୋଷୀ- ମୁକେଶ ସିଂହ, ପଓ୍ଵନ କୁମାର ଗୁପ୍ତ, ଅକ୍ଷୟ ଠାକୁର ଏବଂ ବିନୟ ଶର୍ମାଙ୍କୁ ଫାଶୀ ଦିଆଯିବ। ଜେଲ୍‌ ନମ୍ବର ୩ରେ ଥିବା ଫାଶୀ ପ୍ରାଙ୍ଗଣରେ ସେମାନେ ଫାଶୀଖୁଣ୍ଟରେ ଝୁଲିବେ। ଚାରି ଦୋଷୀଙ୍କୁ ସମ୍ପ୍ରତି ଜେଲ୍‌ ନମ୍ବର ୨ ଓ ୪ରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe