ଆଶଙ୍କା ସତ ହେଲା: ଫାଶୀକୁ ବିଳମ୍ବିତ କରାଇବା ପାଇଁ ନିର୍ଭୟା ଦୁଷ୍କର୍ମକାରୀମାନେ ପୁଣି ଖେଳିଲେ ଆଇନ୍‌ର ଚାଲ; ଏବେ ଅପେକ୍ଷା ଶନିବାରକୁ

ଆଶଙ୍କା ସତ ହେଲା: ଫାଶୀକୁ ବିଳମ୍ବିତ କରାଇବା ପାଇଁ ନିର୍ଭୟା ଦୁଷ୍କର୍ମକାରୀମାନେ ପୁଣି ଖେଳିଲେ ଆଇନ୍‌ର ଚାଲ; ଏବେ ଅପେକ୍ଷା ଶନିବାରକୁ

National Herald

ନୂଆଦିଲ୍ଲୀ: ଯାହା ଆଶଙ୍କା କରା ଯାଉଥିଲା ଶେଷରେ ତାହାହିଁ ଘଟିଛି। ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ନିର୍ଭୟା ଦୁଷ୍କର୍ମକାରୀମାନେ ଦଣ୍ଡାଦେଶର କାର୍ଯ୍ୟକାରୀତାକୁ ଆହୁରି ବିଳମ୍ବିତ କରାଇବା ଉଦ୍ଦେଶ୍ୟରେ ଗଳାବାଟର ସୁଯୋଗ ନେଇ ଆଉଥରେ ଖେଳିବାକୁ ଆରମ୍ଭ କରିଛନ୍ତି ଆଇନ ଦାଓପେଞ୍ଚର ଖେଳ।

ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ୪ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫେବ୍ରୁଆରି ୧ ତାରିଖ, ସକାଳ ୬ରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଅଦାଲତ ଦ୍ୱିତୀୟ ଥର ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି କରି ସାରିଥିବା ବେଳେ, ଆଜି ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ ପଓ୍ଵନ ଓ ଅକ୍ଷୟ ପୁଣି ଥରେ ସେମାନଙ୍କ ଓକିଲ ଏ ପି ସିଂହଙ୍କ ଜରିଆରେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ଦୋଷୀ ପଓ୍ଵନ ଓ ଅକ୍ଷୟଙ୍କ ପକ୍ଷରୁ ଆଇନଜୀବୀ ଏ ପି ସିଂହ ଦିଲ୍ଲୀର ପାଟିଆଲା ହାଉସ କୋର୍ଟରେ ଏକ ଯାଚିକା ଆଗତ କରି ଅଭିଯୋଗ କରିଛନ୍ତି ଯେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ‘ରାଜକ୍ଷମା’ ଆବେଦନ କରିବାରେ ବିଳମ୍ବ ଘଟୁଛି। ତିହାର ଜେଲ କର୍ତ୍ତୃପକ୍ଷ ଦୋଷୀ ପଓ୍ଵନ ଓ ଅକ୍ଷୟଙ୍କୁ ସେମାନଙ୍କ ମାମଲାର ଦଲିଲ ଅଦ୍ୟାବଧି ଯୋଗାଇ ପାରି ନଥିବାରୁ ସେମାନେ ‘କ୍ୟୁରେଟିଭ୍‌
ପିଟିସନ’ ଓ ‘ରାଜକ୍ଷମା’ ଆବେଦନ କରିପାରି ନାହାନ୍ତି। ଦିଲ୍ଲୀର ପାଟିଆଲା ହାଉସ କୋର୍ଟର ବିଚାରପତି ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ଶୁଣାଣି ଆସନ୍ତାକାଲି (ଶନିବାର) କରିବେ ବୋଲି କହିଛନ୍ତି।

ଏ ପରିସ୍ଥିତିରେ ଏବେ ସମସ୍ତଙ୍କ ନଜର ଆସନ୍ତାକାଲି ପାଟିଆଲା ହାଉସ କୋର୍ଟରେ ହେବାକୁ ଥିବା ଶୁଣାଣି ଓ ବିଚାରପତିଙ୍କ ରାୟ ଉପରେ ରହିଛି।

publive-image The Quint

କାରଣ, ଫାଶୀ ଦଣ୍ଡାଦେଶକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ବୁଧବାର ଦିନ ଆବେଦନ କରିଥିବା ବେଳେ ଗତକାଲି (ଗୁରୁବାର) ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଏସ୍‌ଏ ବୋବ୍‌ଡ଼େ ଅନ୍ୟ ଏକ ମାମଲାର ଶୁଣାଣି କାଳରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ। ଉତ୍ତରପ୍ରଦେଶ ଆମରୋହା ଜିଲ୍ଲାରେ ଏକ ପରିବାରର ୭ ଜଣଙ୍କୁ ହତ୍ୟା କରି ଫାଶୀ ଦଣ୍ଡାଦେଶ ପାଇଥିବା ଏକ ଦମ୍ପତିଙ୍କ ଦ୍ଵାରା କରାଯାଇଥିବା ଏହି ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି କହଥିଲେ ଯେ ଦୋଷୀମାନେ ଫାଣ୍ଡୀ ଦଣ୍ଡାଦେଶକୁ ନେଇ ଅନ୍ତହୀନ ମକଦ୍ଦମା କରିପାରିବେ ନାହିଁ। ଦୋଷୀଙ୍କ ଆବେଦନର ଉପଯୁକ୍ତ ବିଚାର ହେବ ଏବଂ ସେମାନଙ୍କ କଥା ଶୁଣାଯିବ, କିନ୍ତୁ ମାମଲାକୁ ଜଟିଳତାରେ ଛନ୍ଦିବା ପାଇଁ ଅନ୍ତହୀନ ମକଦ୍ଦମାକୁ ଗ୍ରହଣ କରାଯିବ ନାହିଁ। ଆଇନ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଆମେ କ୍ଷମା କରିପାରିବୁ ନାହିଁ। କେଣସି ଦୋଷୀ ନିଜର ସଂସ୍କାର ହୋଇଥିବା ଦାବି କରି ଦଣ୍ଡ ଛାଡ଼ ପାଇଁ ଆବେଦନ କରିବା ନିରର୍ଥକ ବୋଲି କହିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡ଼େ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe