ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ମୁକେଶର ଦୟା ଆବେଦନ ଖାରଜ କଲେ ଦିଲ୍ଲୀ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ମୁକେଶର ଦୟା ଆବେଦନ ଖାରଜ କଲେ ଦିଲ୍ଲୀ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌

Image Source: Zee News

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶର ଦୟା ଆବେଦନକୁ ଗୁରୁବାର ଦିନ ଦିଲ୍ଲୀର ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଖାରଜ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗୃହ ମନ୍ତ୍ରାଳୟକୁ ସେ ଫାଇଲ୍‌ ପଠାଇ ଦେଇଛନ୍ତି।

ମୁକେଶଙ୍କ ଦୟା ଆବେଦନକୁ ପ୍ରଥମେ ଦିଲ୍ଲୀ ସରକାର ଖାରଜ କରିଥିଲେ। ‘ଖାରଜ’ ବୋଲି ଉଲ୍ଲେଖ କରି ସେ ଦୟା ଆବେଦନକୁ ସରକାର ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ଙ୍କ ନିକଟକୁ ପଠାଇ ଦେଇଥିଲେ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ବା ଅନୁମୋଦନକୁ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଅନୀଲ ବୈଜଲ୍‌ ଗ୍ରହଣ କରି ସେ ଫାଇଲ୍‌କୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି।

ଜାନୁଆରି ୨୨ ତାରିଖ ଦିନ ଦୋଷୀମାନଙ୍କୁ ଫାଶୀ ଦେଇ ପାରିବେ ନାହିଁ ବୋଲି ରାଜ୍ୟ ସରକାର କହିବା ପରେ ମୃତ୍ୟୁ ପର୍‌ଓ୍ଵାନା ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିବାକୁ ମନା କରି ଦେଇଥିଲେ। ଏ ଘଟଣାର ଦିନକ ପରେ ଆଜିର ଘଟଣା ଘଟିଛି।

publive-image

ଦିଲ୍ଲୀ ହାଇକୋର୍ଟ କହିଥିଲେ କି, ଜାନୁଆରି ୨୨ ତାରିଖ ସକାଳ ୭ଟା ବେଳେ ୪ ଦୋଷୀଙ୍କୁ ଫାଶୀ ଦେବାରେ କୌଣସି ଭୁଲ୍‌ ନାହିଁ।

କିନ୍ତୁ, ଦିଲ୍ଲୀ ହାଇକୋର୍ଟ କହିଥିଲେ କି, ମୃତ୍ୟୁ ପରଓ୍ଵାନା ଜାରି କରିଥିବା ଟ୍ରାଏଲ୍‌ କୋର୍ଟରେ ଦୋଷୀ ମୁକେଶ ଆବେଦନ କରିପାରେ।

ମୁକେଶର ଆଡ୍‌ଭୋକେଟ୍‌ ରେବେକା ଜନ୍‌ ମୁକେଶର ଆବେଦନ ପ୍ରତ୍ୟାହାର କରି ଆଣି କହିଲେ, ସେ ଟ୍ରାଏଲ୍‌ କୋର୍ଟରେ ଆବେଦନ କରିବେ।

ଜାନୁଆରି ୭ ତାରିଖ ଦିନ ଦିଲ୍ଲୀର ଏକ ଅଦାଲତ ୪ ଦୋଷୀଙ୍କ ନାମରେ ମୃତ୍ୟୁ ପର୍‌ଓ୍ଵାନା ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe