Image Courtesy of Zee News
ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆସନ୍ତାକାଲି ସୁପ୍ରିମ୍ କୋର୍ଟ ଶୁଣାଣି କରିବେ। ସୁପ୍ରିମ୍ କୋର୍ଟ ଦୋଷୀ ପବନ ପକ୍ଷରୁ ଦଲିଲ ରଖିବା ପାଇଁ ପୂର୍ବ ବିଚାରପତି ତଥା ବରିଷ୍ଠ ଆଇନଜୀବୀ ଅଂଜନା ପ୍ରକାଶଙ୍କୁ ଏମିକସ୍ ନିଯୁକ୍ତି ଦେଇଛନ୍ତି। ଦୋଷୀମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଫାଶୀ ଦେବାପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆସନ୍ତାକାଲି ସୁଦ୍ଧା ଜବାବ ଦାଖଲ ପାଇଁ ସୁପ୍ରିମ୍ କୋର୍ଟ ୪ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶୁଣାଣି ବେଳେ ଦୋଷୀ ବିନୟ ଶର୍ମା ଫାଶୀ ତାରିଖ ଟାଳିବା ପାଇଁ ଆବେଦନ କରିବା ସହ ନିଜ ସଂପର୍କରେ କେତେକ ତଥ୍ୟ ରଖିଥିଲା। ସେ କହିଥିଲା ଯେ ସେ ଆଇନର ଛାତ୍ର ଥିଲା ଏବଂ କଂଗ୍ରେସର କାର୍ଯ୍ୟକର୍ତ୍ତା ମଧ୍ୟ ରହିଥିଲା। ଅଦାଲତରେ ବିନୟ ଶର୍ମା ପକ୍ଷରୁ ଓକିଲ ଏପି ସିଂହ ଦଲିଲ୍ ରଖିଥିଲେ।
  
 Follow Us