ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଚାରି ‘ନିର୍ଭୟା’ ଦୋଷୀଙ୍କ ପୁତ୍ତଳିକାକୁ ଦିଆଗଲା ଫାଶୀ

Advertisment
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଚାରି ‘ନିର୍ଭୟା’ ଦୋଷୀଙ୍କ ପୁତ୍ତଳିକାକୁ ଦିଆଗଲା ଫାଶୀ

AajTak

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତ ନୂଆ ମୃତ୍ୟୁ ପରଓ୍ଵାନା ଜାରି କରି ଦେଇଛନ୍ତି। ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଦିଆଯିବ ବୋଲି କୁହାଯାଉଛି।

publive-image

ତେବେ, ଦୋଷୀମାନଙ୍କର ବାରମ୍ବାର ଫାଶୀ ତାରିଖ ଘୁଞ୍ଚିବା ଦେଖି ଜନସାଧାରଣ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବ।ରାଣାସୀର ଗଙ୍ଗା ଘାଟରେ ଚାରିଜଣ ଦୋଷୀ ମୁକେଶ କୁମାର ସିଂହ, ପଓ୍ଵନ୍‌ କୁମାର ଗୁପ୍ତା, ବିନୟ କୁମାର ଶର୍ମା ଓ ଅକ୍ଷୟ ଠାକୁରଙ୍କ ପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଝୁଲା ଯାଇଛି।

ପୁତ୍ତଳିକାକୁ ଫାଶୀରେ ଝୁଲାଇବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବି କରାଯାଇଥିଲା। ଏଥିପାଇଁ ଗଙ୍ଗା ଘାଟରେ ନାଟକୀୟ ଶୈଳୀରେ କୋର୍ଟ କରାଯାଇ ଦୁଇପକ୍ଷର ଓକିଲ ଓ ବିଚାରପତିଙ୍କୁ ଉପସ୍ଥିତ କରାଯାଇଥିଲା। ଏହି ନାଟକରେ ଜଣେ ମହିଳାଙ୍କୁ ନିର୍ଭୟାଙ୍କ ମା’ କରାଯାଇଥିଲା। ସେ ଗଙ୍ଗା ଘାଟରେ ନିର୍ଭୟାର ଚାରିଜଣ ଦୋଷୀଙ୍କ ପ୍ରତୀକ ପୁତ୍ତଳିକାକୁ ଫାଶୀ ଦେଇଥିଲେ। ଏଥିରେ କଳାକାରଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ଆଖିରେ ଲୁହ ଭରି ଦେଇଥିଲା। ଏହି ଦୃଶ୍ୟକୁ ଦେଖିବା ପରେ ଉପସ୍ଥିତ ଲୋକଙ୍କ ଲୋମମୂଳ ଟାଙ୍କୁରି ଉଠିଥିଲା।

Image result for nirbhaya-rape-case-4-convicts-effigy-hanged-vanarasi-ganga-ghat aajtak.intoday.in

ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରିଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଗୋଟେ ପରେ ଗୋଟେ ତାରିଖ ଘୁଞ୍ଚିବାରେ ଲାଗିଛି। ଏଭଳି ପରିସ୍ଥିତିରେ ନିର୍ଭୟାଙ୍କ ମା’ ଭାଙ୍ଗି ପଡ଼ୁଥିବା ବେଳେ ପୁଣି ମନକୁ ଦୃଢ଼ କରି ଝିଅକୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡି ଲଢ଼ିବାକୁ ପୁର୍ନବାର ପ୍ରସ୍ତୁତ ହେଉଛନ୍ତି। ଏହି ଚାରିଜଣ ଦୋଷୀଙ୍କ ବିରୋଧରେ ଚତୁର୍ଥ ଥର ପାଇଁ ମୃତ୍ୟୁ ପରଓ୍ଵାନା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe