ଅସ‌ନ୍ତୋ‌ଷ ପ୍ରକାଶ କଲେ ନିର୍ଭୟାଙ୍କ ମା, ‘ମାମଲାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରାଯାଉଛି’

Advertisment
ନଦିଆ ଦୁଷ୍କର୍ମ ମାମଲା: ମମତାଙ୍କୁ ଘେରିଲେ ନିର୍ଭୟାଙ୍କ ମାଆ, ‘ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଯୋଗ୍ୟ ନୁହନ୍ତି’

India TV

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେଉଥିବାରୁ ନିର୍ଭୟାଙ୍କ ମା’ ଆଶା ଦେବୀ ଭାଙ୍ଗି ପଡ଼ିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାକୁ ତାଙ୍କ ମତାମତ ଦେବାବେଳେ ଆଜି ସେ କାନ୍ଦି ପକାଇଥିଲେ । ସେ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସେ କେବେ ରାଜନୀତି ବିଷୟରେ କହିନଥିଲେ। କିନ୍ତୁ ଏବେ ସେ କହିବାକୁ ରାହୁଛନ୍ତି ଯେ ୨୦୧୨ ମସିହାରେ ଯେଉଁମାନେ ରାସ୍ତାରେ ଆନ୍ଦୋଳନ କରୁଥିଲେ ଆଜି ‌ସେମାନେ ରାଜନୈତିକ ଫାଇଦା ପାଇଁ ଏହି ମାମଲାକୁ ବ୍ୟବହାର କରିଛନ୍ତି। ମାମଲାରେ ସମସ୍ତ ଦୋଷୀଙ୍କୁ ଜାନୁଆରି ୨୨ରେ ହିଁ ଫାଶୀ ହେବାପାଇଁ ଆଶା ଦେବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଏକ ଭିଡିଓ ମାଧ୍ୟମରେ ନିର୍ଭୟାଙ୍କ ମା’ ମୋଦୀଙ୍କୁ ଏନେଇ ଅନୁରୋଧ କରିଥିଲେ। ତେବେ କୋର୍ଟ ଫାଶୀ ପାଇଁ ନୂଆ ତାରିଖ ଧାର୍ଯ୍ୟ କରିବା ପରେ ନିର୍ଭୟାଙ୍କ ମା’ କୋର୍ଟ ଏବଂ ସରକାରଙ୍କ ପ୍ରତି ଅସ‌ନ୍ତୋ‌ଷ ପ୍ରକାଶ କରିଛନ୍ତି। କୋର୍ଟ, ସରକାର ଏବଂ ସମଗ୍ର ବ୍ୟବସ୍ଥା ନେଇ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି। ଫାଶୀକୁ ଜାଣିଶୁଣି ଘୁଞ୍ଚାଇ ଦିଆଯାଇଛି ବୋଲି ସେ କହିଛନ୍ତି। ରାଜନୈତିକ ଫାଇଦା ପାଇଁ ତାଙ୍କ ଝିଅର ମୃତ୍ୟୁକୁ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe