ନ୍ୟାୟ ବିଳମ୍ବିତ! ‘ଅପରାଧୀଙ୍କ ଓକିଲ ମୋତେ ଚାଲେଞ୍ଜ ଦେଇଥିଲେ, ଫାଶୀ ଦଣ୍ଡାଦେଶକୁ କାର୍ଯ୍ୟକାରୀ ହେବାକୁ ଦେବିନି’: କହିଲେ ନିର୍ଭୟାଙ୍କ ମା’

ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ, କୋର୍ଟ ଆଗରେ ଧାରଣାରେ ବସିଲେ ନିର୍ଭୟାର ମା’ ଆଶାଦେବୀ

Hindustan Times

ନୂଆଦିଲ୍ଲୀ: ଶେଷରେ ନିଜ ଚାଲରେ ସଫଳ ହୋଇଛନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ଦୋଷୀ। ଆଇନ୍‌ରେ ରହିଥିବା ଗଳାବାଟର ସୁଯୋଗ ନେଇ ଫାଶୀ ଦଣ୍ଡାଦେଶକୁ ଆଉ କିଛି ଦିନ ପାଇଁ ଟାଳି ଦେଇଛନ୍ତି ସେମାନେ। ହେଲେ, ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଜଘନ୍ୟ ଅପରାଧୀମାନଙ୍କର ଏହି ଖେଳରେ କିନ୍ତୁ ନ୍ୟାୟ ଅପେକ୍ଷାରେ ୨୦୧୨ରୁ ଦୀର୍ଘ ପ୍ରତୀକ୍ଷାରେ ରହିଥିବା ନିର୍ଭୟାଙ୍କ ପିତାମାତାଙ୍କ ପାଇଁ ନ୍ୟାୟ ବିଳମ୍ବିତ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ; ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରୋକ୍‌ ଲଗାଇଛନ୍ତି ଦିଲ୍ଲୀର  ଅଦାଲତ। ଫଳରେ ଆସନ୍ତାକାଲି (ଫେବ୍ରୁଆରି ୧ ତାରିଖ, ସକାଳ ୬ଟାରେ) ଫାଶୀ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପାତିଆଲା ହାଉସ୍ କୋର୍ଟ ଦ୍ୱିତୀୟ ଥର ପାଇଁ ଯେଉଁ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଥିଲେ, ତାହା ଆଉ ଆସନ୍ତାକାଲି କାର୍ଯ୍ୟକାରୀ ହୋଇପାରିବ ନାହିଁ।

publive-image OutLook India

ତେବେ, ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଦୋଷୀମାନଙ୍କର ଏପ୍ରକାରର ଖେଳରେ କିନ୍ତୁ ପ୍ରକୃତ ନ୍ୟାୟ ଅପେକ୍ଷାରେ ରହିଥିବା ନିର୍ଭୟାଙ୍କ ପିତାମାତା ହତୋତ୍ସାହିତ ହେବା ସହ ସମଗ୍ର ଦେଶବାସୀ ଆଶ୍ଚର୍ଯ୍ୟ ଓ ଚକିତ ହୋଇଛନ୍ତି। ଆଜି ଅପରାହ୍ନରେ ଅଦାଲତଙ୍କ ରାୟ ପ୍ରକାଶ ପାଇବା ପରେ ନିର୍ଭଯାଙ୍କ ମା ଆଶାଦେବୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଅପରାଧୀମାନଙ୍କ ଓକିଲ ଏ ପି ସିଂହ ମୋତେ ଚାଲେଞ୍ଜ ଦେଇ କହିଥିଲେ ଯେ ଅପରାଧୀଙ୍କୁ କେବେ ବି ଫାଶୀ ହେବ ନାହିଁ। ତେଣୁ, ସେ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି। ମୁଁ ବି ନ୍ୟାୟ ଅପେକ୍ଷାରେ ରହିଛି। ଏବଂ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବି।‘

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe