Republic World
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଯେତେ ଶୀଘ୍ର ସମ୍ଭବ ସେତେଶୀଘ୍ର ଫାଶୀ ହୋଇଯାଉ ବୋଲି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଦାବି କରିଛନ୍ତି। ଏପଟେ ନିର୍ଭୟାଙ୍କ ମା’ କଙ୍ଗନାଙ୍କ ଏଭଳି ବୟାନରେ ସହମତି ଦେଇ କହିଛନ୍ତି, ‘ମୁଁ ଜଣେ ମା’। ୭ବର୍ଷ ପୂର୍ବେ ମୋର ଝିଅର ମୃତ୍ୟୁ ହୋଇଥିଲା। ମୋ ଝିଅକୁ ନ୍ୟାୟ ଦେବା ପାଇଁ ମୁଁ ଦୀର୍ଘ ୭ବର୍ଷ ହେବ ଲଢ଼ି ଆସୁଛି। କଙ୍ଗନାଙ୍କ ଏଭଳି ସମର୍ଥନ ପାଇଁ ଧନ୍ୟବାଦ।’
ତାଙ୍କର ନୂଆ ସିନେମା ପ୍ରିମିୟର ଅବସରରେ କଙ୍ଗନା କହିଥିଲେ, ‘ଯିଏ ଦୁଷ୍କର୍ମ କରେ ସେ କେବେ ବି ନାବାଳକ ହୋଇ ପାରିବ ନାହିଁ। ଏମିତି ଅଭିଯୁକ୍ତଙ୍କୁ ତ ଲୋକଙ୍କ ସାମ୍ନାରେ ମାରି ଦେବା ଉଚିତ। ନଚେତ ଫାଶୀରେ ଝୁଲାଇ ଦେବା ଦରକାର। ଏପରି କଲେ ଯାଇ ଜାଣିପାରିବେ ଦୁଷ୍କର୍ମ କ’ଣ ହୋଇଥାଏ?ଏହାର ଦଣ୍ଡ କିଭଳି ହୋଇଥାଏ? ୭ବର୍ଷ ଧରି ନ୍ୟାୟ ପାଇଁ ଲଢ଼ୁଥିବା ନିର୍ଭୟାଙ୍କ ମା’ ଓ ବାପାଙ୍କ କଥା କେବେ ଭାବିଛନ୍ତି? କେବେ ଚିନ୍ତା କରିଛନ୍ତି କି ଝିଅର ଏଭଳି ମୃତ୍ୟୁକୁ ଆଖି ସାମ୍ନାରେ ଦେଖିବା ପରେ ଦୁହିଁଙ୍କ ଅବସ୍ଥା କିପରି ଥିବ?
Latestlyଏପଟେ କଙ୍ଗନା ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ନିର୍ଭୟା ମା’ଙ୍କୁ ୪ଜଣ ଦୁଷ୍କର୍ମକାରୀଙ୍କୁ କ୍ଷମା ଦେବା ପାଇଁ କହିଥିବା ପ୍ରସଙ୍ଗକୁ ନେଇ ନିଜର କ୍ଷୋଭ ବ୍ୟକ୍ତ କରି କହିଛନ୍ତି, ‘ଇନ୍ଦିରାଙ୍କ ପରି ମହିଳାମାନଙ୍କ ପେଟରୁ ବଳାତ୍କାରୀମାନେ ଜନ୍ମ ନିଅନ୍ତି ।’ ଏମିତି ମହିଳାମାନଙ୍କୁ ବଳାତ୍କାରୀମାନଙ୍କ ସହିତ ଚାରି ଦିନ ଜେଲରେ ରଖିବା ଉଚ଼ିତ ବୋଲି ସେ କହିଛନ୍ତି।
Follow Us