ନୂଆଦିଲ୍ଲୀ : ଗତ ୨୦୧୨ ମସିହାରେ ଦିଲ୍ଲୀଠାରେ ଜଣେ ଡାକ୍ତରୀ ଛାତ୍ରୀ ନିର୍ଭୟାଙ୍କୁ ଚଳନ୍ତା ବସରେ ଦୁଷ୍କର୍ମ କରାଯାଇଥିଲା। ଉକ୍ତ ଘଟଣା ସାରା ଦେଶକୁୁ ଚହଲାଇ ଦେଇଥିଲା। ଆଜି ନିର୍ଭୟାଙ୍କ ସାନ ଭାଇ ନ୍ୟାୟପାଇଁ ସଂଘର୍ଷ ଜାରି ରଖିଥିବାବେଳେ ସେ ଜଣେ କମର୍ସିଆଲ୍ ପାଇଲଟ୍ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ନିର୍ଭୟାଙ୍କ ମା’ ପୁଅର ଏହି ସଫଳତା ଲାଗି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଫିଜିଓଥେରାପି ପଢ଼ୁଥିବା ୨୩ ବର୍ଷିୟା ନିର୍ଭୟାକୁ ଅତ୍ୟନ୍ତ ବୀଭତ୍ସଭାବେ ଦୁଷ୍କର୍ମ କରାଯାଇ ଚଳନ୍ତା ବସରୁ ଠେଲି ଦିଆଯିବା ଘଟଣା ଏ ଯାବତ୍ ମନରୁ ଲିଭିନାହିଁ। ତେବେ ପୁତ୍ର ଅମନ୍(ଛଦ୍ମନାମ)ପାଇଲଟ ହୋଇଥିବାରୁ ନିର୍ଭୟାଙ୍କ ମା’ ଆଶା ଦେବୀଙ୍କ ମନରେ ବଞ୍ଚିବାର ଆଶା ଜାଗରିତ ହୋଇଛି। ଭଉଣୀର ମୃତ୍ୟୁ ବେଳକୁ ଅମନ ୧୨ଶ୍ରେଣୀରେ ପଢ଼ୁଥିଲା। ସେ ଖୁବ୍ ଭାଙ୍ଗି ପଡ଼ିଥିଲା। ୨୦୧୩ରେ ସିବିଏସ୍ଇ ପରୀକ୍ଷା ଦେବା ପରେ ରାଏବରେଲିରେ ଥିବା ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଅର୍ବାନ୍ ଏକାଡେମୀରେ ପ୍ରବେଶ କରିଥିଲେ। ଇଣ୍ଡିଆନ ଆର୍ମିରେ ଭର୍ତ୍ତି ହେବା ପାଇଁ ତାଙ୍କର ଇଚ୍ଛା ଥିଲେ ମଧ୍ୟ ଏହା କଠିନ ହେବାରୁ ସେ ରାହୁଲଙ୍କ ପରାମର୍ଶ କ୍ରମେ୧୮ ମାସିଆ ପାଇଲଟ୍ ଟ୍ରେନିଙ୍ଗ୍ ନେଇଥିଲେ। ଅମନ ପଢ଼ିବା ସମୟରେ ରାହୁଲ ଗାନ୍ଧୀ ତାଙ୍କୁ ବହୁ ଭାବେ ସାହାଯ୍ୟ କରିଛନ୍ତି। ଅମନଙ୍କ ସହିତ ଫୋନରେ କଥା ହୋଇ ତାକୁ ଉତ୍ସାହିତ କରିଛନ୍ତି । ପଢ଼ା ସରିବା ପରେ ରାହୁଲ ଅମନଙ୍କ ଦକ୍ଷତା ଓ ଭବିଷ୍ୟତ ଇଚ୍ଛା ଜାଣିବା ପାଇଁ ଏକାଧିକ ବାର ଡକାଇ କଥା ହୋଇଛନ୍ତି। ପାଇଲଟ୍ ବନିବାରେ ମଧ୍ୟ ରାହୁଲ ସାହାଯ୍ୟ କରିଛନ୍ତି ଅମନଙ୍କୁ। ବର୍ତ୍ତମାନ ଅମନ୍ ଗୁରୁଗ୍ରାମରେ ଏକ କମର୍ସିୟାଲ ଏୟାର ଲାଇନ୍ସରେ ଶେଷ ଶିକ୍ଷା ନେଉଛନ୍ତି। ସେ ଖୁବ୍ ଶୀଘ୍ର ବିମାନ ଉଡ଼ାଇବେ। କେବଳ ରାହୁଲ୍ ନୁହନ୍ତି, ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝୁଛନ୍ତି।
ଅମନଙ୍କ ପିତା ଦିଲ୍ଲୀ ଏୟାରପୋର୍ଟ ଟର୍ମିନାଲ-୩ରେ ଡେସ୍କରେ ସ୍ଥାୟୀ କର୍ମଚାରୀ ଅଟନ୍ତି। ଗତ ବୁଧବାର ଦିନ ଦିଲ୍ଲୀ ମହିଳା କମିସନ୍ ତିହାର ଜେଲ ପ୍ରଶାସକଙ୍କ ପାଖକୁ ଚିଠି ଲେଖିଲେ ଯେ ନିର୍ଭୟା ବଳାତ୍କାରୀମାନଙ୍କୁ ଦଣ୍ଡ ଦେବାରେ କାହିଁକି ବିଳମ୍ବ କରାଯାଉଛି ତାହା ଜାଣିବାକୁ ଚାହିଁଛନ୍ତି। ଆଶା ଦେବୀ ଡିସିଓଙ୍କ ନିକଟରେ ଦାବି କରଇଛନ୍ତି ଯେ ଉଚ୍ଚତମ ନ୍ୟାୟାଳୟ ପାଞ୍ଚ ମାସ ତଳେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ମଧ୍ୟ ଏପଯ୍ୟର୍ନ୍ତ କାହିଁକି ଫାଶୀି ଦିଆଯାଉ ନାହିଁ ବୋଲି ଅଭିଯୋଗ ବାଢ଼ିଛନ୍ତି।
Follow Us