ଓଲଟିଲା ବିଜେପି ସାଂସଦ ନିରହୁଆଙ୍କ ଭାଇଙ୍କ ଗାଡ଼ି, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Advertisment
ଓଲଟିଲା ବିଜେପି ସାଂସଦ ନିରହୁଆଙ୍କ ଭାଇଙ୍କ ଗାଡ଼ି, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

aajtak

ଆଜମଗଡ଼: ଆଜମଗଡରୁ ନବନିର୍ବାଚିତ ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ନିରହୁଆଙ୍କ ବଡ଼ ଭାଇ ବିଜୟ ଯାଦବ ଗୁରୁବାର ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସମାଜବାଦୀ ପାର୍ଟି ନେତା ବିଜୟ ଲାଲ ଯାଦବଙ୍କ କାର ଲକ୍ଷ୍ନୌ ଅଭିମୁଖେ ଯାଉଥିବା ସମୟରେ ବାରବାଙ୍କି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ପରେ ଏବେ ବିଜୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କର ଫର୍ଚୁନର କାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, କାରର ଚକା ମଧ୍ୟ ଉଡ଼ିଯାଇଥିବା କୁହାଯାଉଛି।

ଅଭିନେତା ନିରହୁଆ ନିଜେ ଟ୍ୱିଟର ମାଧ୍ୟମରେ ବଡ ଭାଇଙ୍କ କାର ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅପଡେଟ୍ ଦେଇ ସେ କହିଛନ୍ତି ଯେ ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ବେଦାନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହା ସହିତ ଅଭିନେତା ତାଙ୍କ ଭାଇଙ୍କୁ ଶୀଘ୍ର ସୁସ୍ଥ ହେବାକୁ କାମନା କରିବା ପାଇଁ ସମସ୍ତ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି।

କୁହାଯାଉଛି ଯେ ବିଜୟ ଲାଲ ଯାଦବଙ୍କ ଫର୍ଚୁନର କାର ଦ୍ରୁତ ବେଗରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇବାରୁ କାରଟି ଓଲଟି ପଡ଼ିଥିଲା। ଡିଭାଇଡର୍ ସହିତ ଧକ୍କା ହେତୁ କାରଟି ୨୦ମିଟର ପର୍ଯ୍ୟନ୍ତ ଉପରକୁ ଉଠି ଜୋରରେ ତଳ‌େ କଚାଡି ହୋଇଥିଲା ବୋଲି କୁହାଯାଉଛି। ଦୁର୍ଘଟଣା ପରେ ବିଜୟ ଲାଲ ଯାଦବ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe