ଭାଷଣ ‌ଦେଉଥିବା ବେଳେ ତଣ୍ଟି ଶୁଖିଯିବାରୁ ପାଣି ମାଗିଲେ ମହିଳା ଅଧିକାରୀ, କେହି ନଯିବାରୁ ‌ପାଣି ନେଇ ପହଞ୍ଚିଲେ ଅର୍ଥମନ୍ତ୍ରୀ

Advertisment
ଭାଷଣ ‌ଦେଉଥିବା ବେଳେ ତଣ୍ଟି ଶୁଖିଯିବାରୁ ପାଣି ମାଗିଲେ ମହିଳା ଅଧିକାରୀ, କେହି ନଯିବାରୁ ‌ପାଣି ନେଇ ପହଞ୍ଚିଲେ ଅର୍ଥମନ୍ତ୍ରୀ

ମୁମ୍ବାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (ଏନଏସଡିଏଲ)ର ପରିଚାଳନା ନିର୍ଦ୍ଦେଶିକାଙ୍କୁ ପାଣି ଦେଉଥିବାର ନଜର ଆସିଛନ୍ତି। ଏନଏସଡିଏଲର ପରିଚାଳନା ନିର୍ଦ୍ଦେଶିକା ପଦ୍ମଜା ଚନ୍ଦୁର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ। ଭାଷଣ ‌ଦେଉଥିବା ବେଳେ ତଣ୍ଟି ଶୁଖିଯିବାରୁ ପାଣି ମାଗିଥିଲେ ପଦ୍ମଜା ଚନ୍ଦୁର। ହେଲେ କର୍ମଚାରୀ ପାଣି ଦେବାରେ ବିଳମ୍ବ କରିବାରୁ ଚେୟାରରୁ ଉଠିପଡ଼ି ଗ୍ଲାସ ଓ ପାଣି ବୋତଲ ନେଇ ପଦ୍ମଜାଙ୍କୁ ଦେଇଥିଲେ ଅର୍ଥମନ୍ତ୍ରୀ।

publive-image

ଏହି ସମୟର ଭିଡିଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ଭାଷଣ ଦେବାବେଳେ ଚନ୍ଦୁର କର୍ମଚାରୀଙ୍କୁ ପାଣି ମାଗୁଛନ୍ତି। ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ନିକଟକୁ ଯାଇ ପାଣି ଦେଉଛନ୍ତି। ଭିଡିଓରେ ଅର୍ଥମନ୍ତ୍ରୀ ତାଙ୍କ ଆସନରୁ ଉଠି କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ଏମଡି ପଦ୍ମଜା ଚନ୍ଦୁରଙ୍କୁ ଗୋଟିଏ ଗ୍ଲାସରେ ପାଣି ଦେଉଥିବାର ନଜର ଆସିଛନ୍ତି। ନିର୍ମଳା ସୀତାରମଣଙ୍କ ଏହି ଆଚରଣ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ହୃଦୟ ଜିତିଥିବା ବେଳେ ସମସ୍ତେ ତାଳି ମାରିଥିବା ଭିଡିଓରେ ଦେଖାଯାଇଛି। ​​

ଏହି ଭିଡିଓଟି ଏବେ ଭାଇରାଲ ହେଉଥିବା ବେଳେ ଲୋକେ ଅର୍ଥମନ୍ତ୍ରୀଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି। ଏହି ଭିଡିଓ ଶନିବାର ଦିନ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏନଏସଡିଏଲର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe