ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଲେ ନିର୍ମଳା ସୀତାରମଣ

ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଲେ ନିର୍ମଳା ସୀତାରମଣ

Image Courtesy of ANI

ନୂଆଦିଲ୍ଲୀ: ୨୦୨୩-୨୪ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପ୍ରତି ଅର୍ଥମନ୍ତ୍ରାଳୟରେ ପହଞ୍ଚିଛନ୍ତି। ଏହା ପରେ  ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ। ସେ ରାଷ୍ଟ୍ରପତି ଭବନରୁ ଫେରିବା ପରେ ପୂର୍ବାହ୍ନ ୧୦ଟା ବେଳେ କ୍ୟାବିନେଟ୍‌ ବୈଠକ ବସିବ।

ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବେ। ଏହା ପୂର୍ବରୁ ପୂର୍ବହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିବ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର୍‌ ଭାଗବତ କ୍ରିଷନ୍‌ରାଓ କରାଡ଼ ସୂଚନା ଦେଇଛନ୍ତି। ବଜେଟ୍‌ ଅଧିବେଶନକୁ ଯିବା ଆଗରୁ ଡକ୍ଟର୍‌ କରାଡ଼ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି।

ସେହିପରି, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଠାକୁର ମଧ୍ୟ ଆଜି କହିଛନ୍ତି ଯେ, ବଜେଟ୍‌ରେ ସମାଜର ସବୁ ବର୍ଗଙ୍କ ଆଶା ଓ ଆକାଙ୍‌କ୍ଷାକୁ ଅନ୍ତର୍ଭୁକ୍ତ କରାଯିବ। ଏହି ବଜେଟ୍‌ ସମସ୍ତଙ୍କ ପ୍ରତ୍ୟାଶା ଉପରେ ଆଧାରିତ।

ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ୍‌ ଆଗତ ପୂର୍ବରୁ ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି ଯେ, ବୈଶ୍ବିକ ଆର୍ଥିକ ଅସ୍ଥିରତାଜନକ ପରିସ୍ଥିତିରେ ଭାରତର ବଜେଟ୍‌ ସାଧାରଣ ନାଗରିକମାନଙ୍କ ଆଶା ଆକାଙ୍‌କ୍ଷା ପୂରଣ କରିବ। ଆସନ୍ତାକାଲି ଆମ ଅର୍ଥମନ୍ତ୍ରୀ ଦେଶ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଆଜିର ବୈଶ୍ବିକ ପରିସ୍ଥିତିରେ କେବଳ ଭାରତ ନୁହେଁ, ଭାରତର ବଜେଟ୍‌ ପ୍ରତି ସମଗ୍ର ବିଶ୍ବର ଦୃଷ୍ଟି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe