ନିର୍ମଳା ସୀତାରମଣ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଅର୍ଥମନ୍ତ୍ରୀ

Advertisment
ନିର୍ମଳା ସୀତାରମଣ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅର୍ଥ ମନ୍ତ୍ରାଳୟ ପାଇଛନ୍ତି ନିର୍ମଳା ସୀତାରମଣ। ତେବେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ପରେ ନିର୍ମଳା ସୀତାରମଣ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ଯିଏ କି ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ୧୯୬୯ ଜୁଲାଇରୁ ଜୁନ୍‌ ୧୯୭୦ ପର୍ଯ୍ୟନ୍ତ ଏକ ସ୍ୱଳ୍ପ କାଳଖଣ୍ଡ ପାଇଁ ଅର୍ଥ ମନ୍ତ୍ରାଳୟକୁ ନିଜ ଅଧୀନରେ ରଖିଥିଲେ।

ତାମିଲନାଡ଼ୁର ତ୍ରିଚୁରାପଲ୍ଲୀରେ ଅଗଷ୍ଟ ୧୮, ୧୯୫୯ରେ ଜନ୍ମ ଗ୍ରହଣ କରିଥିବା ନିର୍ମଳାଙ୍କ ବାପା ଭାରତୀୟ ରେଳ ବିଭାଗର ଜଣେ କର୍ମଚାରୀ ଥିବା ବେଳେ ମା’ ଥିଲେ ଜଣେ ଗୃହିଣୀ। ତ୍ରିଚୁରାପଲ୍ଲୀର ସୀତାଲକ୍ଷ୍ମୀ ରାମସ୍ୱାମୀ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ନିର୍ମଳା ଦେଶର ଖ୍ୟାତନାମା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୨୦୦୬ରେ ବିଜେପିରେ ଯୋଗଦେବା ୨୦୧୦ରେ ନିର୍ମଳାଙ୍କୁ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ କରାଯିବା ସହ ତାଙ୍କୁ ଦଳ ଜାତୀୟ ପ୍ରବକ୍ତା ଭାବେ ନିଯୁକ୍ତି ମିଳିଥିଲା।

publive-image DNA India

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧.୦ କ୍ୟାବିନେଟରେ ଜଣେ କନିଷ୍ଠ ମନ୍ତ୍ରୀ ଭାବେ ଯୋଗଦାନ କରି ସେ ଅର୍ଥ, ବାଣିଜ୍ୟ ଓ କର୍ପୋରେଟ ଆଫେୟାର୍ସ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ନିଜ ଦକ୍ଷତା ପ୍ରତିପାଦିତ କରିବା ପରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ବିଭାଗର କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ପାଇଥିଲେ। ନିର୍ମଳା ମଧ୍ୟ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ସଫଳ ମହିଳା ପ୍ରତିରକ୍ଷା ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe