ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ନିର୍ମଳା ସୀତାରମଣ

ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ନିର୍ମଳା ସୀତାରମଣ

Rediff

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏଚସିଏଲ୍‌ ଏଣ୍ଟରପ୍ରାଇଜ୍‌ ସିଇଓ ରୋଶନୀ ନାଦର ମାଲହୋତ୍ରା ଏବଂ ଭାରତୀୟ ବାୟୋଫାର୍ମାସ୍ୟୁଟିକାଲ୍‌ କମ୍ପାନି ବାୟୋକନର ପ୍ରତିଷ୍ଠାତା କିରଣ ମଜୁମଦାର ସ ଚଳିତ ବର୍ଷ ଫୋର୍ବସ୍‌ ଦ୍ୱାରା ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

୨୦୨୦ ବର୍ଷ ପାଇଁ ଫୋର୍ବସ୍‌ର ଏହି ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ କ୍ରମାଗତ ଭାବେ ଦଶମ ବର୍ଷ ପାଇଁ ଜର୍ମାନର ଚାନେ୍‌ସଲର ଆଞ୍ଜେଲା ମର୍କେଲ ଶୀର୍ଷରେ ରହିଛନ୍ତି। ଆମେରିକାର ଉପରାଷ୍ଟ୍ରପତି ନିର୍ବାଚିତ କମଲା ହାରିସ୍‌ ଅଛନ୍ତି ଏହି ତାଲିକାରେ ତୃତୀୟ ସ୍ଥାନରେ।

publive-image

ଏହି ତାଲିକାରେ ନିର୍ମଳା ସୀତାରମଣ ୪୧ତମ ସ୍ଥାନରେ, ନାଦର ମାଲହୋତ୍ରା ୫୫ତମ ସ୍ଥାନରେ, କିରଣ ମଜୁମଦାର, ଭାରତର ସବୁଠାରୁ ଧନୀ ଆତ୍ମନିର୍ଭରଶୀଳ ମହିଳା ଭାବରେ, ୬୮ତମ ସ୍ଥାନରେ ଏବଂ ଲ୍ୟାଣ୍ଡମାର୍କ ଗ୍ରୁପର ଚେୟାରମ୍ୟାନ୍‌ ରେଣୁକା ଜାଗତିନି ୯୮ତମ ସ୍ଥାନରେ ଅଛନ୍ତି। କ୍ରମାଗତ ଦଶମ ବର୍ଷ ପାଇଁ ମର୍କେଲ ୧ ନମ୍ବର ସ୍ଥାନରେ ରହିଛନ୍ତି।
୧୭ତମ ବାର୍ଷିକ ଫୋର୍ବସ୍‌ ପାୱାର୍‌ ଲିଷ୍ଟରେ ଥିବା ମହିଳାମାନେ ୩୦ଟି ଦେଶରୁ ଆସିଛନ୍ତି ଏବଂ ଚାରି ପିଢ଼ି଼ି ମଧ୍ୟରେ ଜନ୍ମ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ ଜଣ ରାଷ୍ଟ୍ର ମୁଖ୍ୟ, ୩୮ ଜଣ ସିଇଓ ଏବଂ ପାଞ୍ଚ ଜଣ ମନୋରଞ୍ଜନକାରୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe