ଲୋକସଭାରେ ବଜେଟ୍‌ ଉଦ୍‌ବୋଧନ ଆରମ୍ଭ କଲେ ନିର୍ମଳା ସୀତାରମଣ

Advertisment
ଲୋକସଭାରେ ବଜେଟ୍‌ ଉଦ୍‌ବୋଧନ ଆରମ୍ଭ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି।

୨୦୨୩-୨୪ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମେ ଅର୍ଥମନ୍ତ୍ରାଳୟରେ ପହଞ୍ଚିଥିଲେ। ଏହାପରେ ସେ ବଜେଟ୍‌ ଉପସ୍ଥାପନ ଅର୍ଥମନ୍ତ୍ରାଳୟ ସମ୍ମୁଖରେ ଫଟୋ ଉଠାଇବା ପାଇଁ ଅର୍ଥମନ୍ତ୍ରୀ ଲାଲ୍‌ ରଙ୍ଗର ‘ବହିଖାତା’ ଧରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କ୍ରିଷ୍ଣାରାଓ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ଠିଆ ହୋଇଥିଲେ।

publive-image

୨୦୨୩-୨୪ ବଜେଟ୍‌ ଅଭିଭାଷଣ ପ୍ରଦାନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ୍‌ରାଓ କରାଡ଼, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥମନ୍ତ୍ରାଳୟର ପଦସ୍ଥ ଅଧିକାରୀମାନେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଫେରିବା ପରେ ସଂସଦରେ କ୍ୟାବିନେଟ୍‌ ବୈଠକ ବସିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ଆଜି ‘୨୦୨୩-୨୪ କେନ୍ଦ୍ରୀୟ ବଜେଟ୍‌’କୁ ଅନୁମୋଦନ କରିଥିଲା। ୧୫ ମିନିଟ୍‌ ମଧ୍ୟରେ ଆଜିର ଏହି କ୍ୟାବିନେଟ୍‌ ବୈଠକ ଶେଷ ହୋଇଥିଲା। ‘କେନ୍ଦ୍ର ବଜେଟ୍‌ ୨୦୨୩-୨୪’ର କପିଗୁଡ଼ିକ ମଧ୍ୟ ସଂସଦରେ ପହଞ୍ଚିଯିବା ପରେ ସନ୍ଧାନୀ କୁକୁରମାନେ ବର୍ତ୍ତମାନ ବଜେଟ୍‌ କପିଗୁଡ଼ିକୁ ଶୁଙ୍ଘୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe