ଲୋକସଭାରେ ଉପସ୍ଥାପିତ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ

ଲୋକସଭାରେ ଉପସ୍ଥାପିତ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଗତ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ସର୍ଭେ ରିପୋର୍ଟରେ ଲେଖାଯାଇଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ପ୍ରତିଶତ ବୃଦ୍ଧି ପାଇଛି। ବିପୁଳ ପରିମାଣରେ ଭୋଟ ପାଇ ଏନଡିଏ ତୃତୀୟ ଥର ସରକାର ଗଢ଼ିବା ପରେ ପ୍ରଥମ କରି ଆସନ୍ତାକାଲି କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରାଯିବ। ଏହା ପୂର୍ବରୁ ଆଜି ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି।

ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୫-୭ପ୍ରତିଶତ ବଢ଼ିବା ସହିତ ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏହା ସହ ୨୦୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ଆର୍ଥିକ ସର୍ଭେ ରିପୋର୍ଟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଯାହା ଗତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି କିଭଳି ଥିଲା ତାହାର ବିସ୍ତୃତ ସମୀକ୍ଷା ପ୍ରଦାନ କରିଥାଏ। ଭାରତର ମୁଖ୍ୟ ଆର୍ଥିକ ପରାମର୍ଶଦାତା (ସିଏଏ)ଙ୍କ ନେତୃତ୍ୱରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe