ଦୀର୍ଘତମ ବଜେଟ୍‌ ଭାଷଣ; ଶେଷ କରିପାରିଲେନି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Advertisment
ଦୀର୍ଘତମ ବଜେଟ୍‌ ଭାଷଣ; ଶେଷ କରିପାରିଲେନି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Image Source: India Today

ନୂଆଦିଲ୍ଲୀ: ଶନିବାର ଦିନ ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘତମ ବଜେଟ୍‌ ଅଭିଭାଷଣ ପ୍ରଦାନ କରିଛନ୍ତି। କିନ୍ତୁ, ଅଭିଭାଷଣ ଶେଷ ହେବାକୁ ଆଉ ଦୁଇ ପୃଷ୍ଠା ବାକି ଥିବା ବେଳେ ସେ କ୍ଳାନ୍ତ ଅନୁଭବ କରିବାରୁ ତାହା ଶେଷ କରି ପାରି ନାହାନ୍ତି। ଅବଶିଷ୍ଟ ଦୁଇ ପୃଷ୍ଠାର ନଥି ସେ ବାଚସ୍ପତିଙ୍କ ଅନୁମତି କ୍ରମେ ଉପସ୍ଥାପିତ କରିଥିଲେ।

ଲୋକସଭାରେ ଦେଉଥିବା ବଜେଟ୍‌ ଅଭିଭାଷଣର ଶେଷ ଆଡ଼କୁ ସେ ଅଶ୍ୱସ୍ତି ଅନୁଭବ କରୁଥିବା ଲକ୍ଷ୍ୟ କରାଯାଇଥିଲା। ତେଣୁ ସେ ବାଚସ୍ପତିଙ୍କୁ କହିଲେ: ଆଉ ମାତ୍ର ଦୁଇ ପୃଷ୍ଠା ବାକି ରହିଗଲା।

ତାଙ୍କୁ ଅଶ୍ୱସ୍ତି ଲାଗୁଥିବା ଜାଣିପାରି ତୁରନ୍ତ ତାଙ୍କ ନିକଟକୁ ଦୁଇ ଜଣ ସାଂସଦ ଧାଇଁ ଯାଇଥିଲେ।

ତା’ପରେ ସେ ବାଚସ୍ପତିଙ୍କୁ କହିଲେ: ସାର୍‌, ଅବଶିଷ୍ଟ ପୃଷ୍ଠା ରଖି ଦେବାକୁ ଚିନ୍ତାକରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଣ୍ଡ ଟୁଙ୍ଗାରି ସମ୍ମତି ଦେବା ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଥମ୍‌ସ୍‌-ଅପ୍‌’ ସଙ୍କେତ ଦେଇଥିଲେ।

ତେରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଦୀର୍ଘ ହେବାରୁ ରାଜ୍ୟସଭା ଦୁଇ ଦୁଇ ଥର ମୁଲତବୀ ହୋଇଛି। ଲୋକସଭା ପରେ ରାଜ୍ୟସଭାକୁ ଯାଇ ଅର୍ଥମନ୍ତ୍ରୀ ଆନୁଷ୍ଠାନିକ ଭାବେ ବଜେଟ ଉପସ୍ଥାପନ କରିଥାଆନ୍ତି। ଏଥିଲାଗି ମଧ୍ୟାହ୍ନ ୧.୩୦ମିନିଟରେ ରାଜ୍ୟସଭା ଅଧିବେଶନ ଆରମ୍ଭ ହୋଇଥିଲା। ମାତ୍ର ଲୋକସଭାରେ ବଜେଟ୍ ଉପସ୍ଥାପନ ଶେଷ ହୋଇ ନଥିବାରୁ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ୧.୫୫ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଏହାପରେ ଅର୍ଥମନ୍ତ୍ରୀ ଆସିପାରି ନ ଥିବାରୁ ପୁଣି ଥରେ ୧୦ମିନିଟ୍ ଲାଗି ରାଜ୍ୟସଭାକୁ ମୁଲତବୀ ରଖିଥିଲେ ଅଧ୍ୟକ୍ଷ। ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ପହଞ୍ଚିଥିଲେ। ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାର ଖବର ପ୍ରଚାରିତ ହୋଇଥିବା ହେତୁ ଅନେକ ସ‌ାଂସଦ ତାଙ୍କୁ ସ୍ବାସ୍ଥ୍ୟ ଖବର ପଚଚାରିଥିଲେ। ପରେ ଅର୍ଥମନ୍ତ୍ରୀ ସୀତାରମଣ ଆନୁଷ୍ଠାନିକ ଭାବେ ବଜେଟ୍ ଉପସ୍ଥାପିତ କରି ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe