ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେବାକୁ ଥିବା ଟ୍ରଷ୍ଟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ ନିର୍ମୋହୀ ଆଖଡାର ସାଧୁସନ୍ଥ

Advertisment
ରାମ ମନ୍ଦିର ସଂଘର୍ଷର ଇତିହାସ, ୧୫୨୮ ରୁ ୨୦୨୦

image source-opindia

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠନ ହେବାକୁ ଥିବା ଟ୍ରଷ୍ଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ଚାହୁଁଛି ନିର୍ମୋହୀ ଆଖଡା ।ଏଥିପାଇଁ ନିର୍ମୋହୀ ଆଖଡାର ସାଧୁସନ୍ଥମାନେ ଆଗାମୀ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖାଯାଇ ଏହାକୁ ଜିଲ୍ଲାପାଳଙ୍କ ଜରିଆରେ ପଠାଯାଇଥିବା ଜଣାଯାଇଛି।

publive-image image source--amarujala

ଏଥିଲାଗି ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗିଥିବା ଜଣାଯାଇଛି। ଏହାକୁନେଇ ଗତକାଲି ନିର୍ମୋହୀ ଆଖଡାର ସାଧୁସନ୍ଥମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମହନ୍ତ ଦୀନେନ୍ଦ୍ର ଦାସ, ଭଗବାନ ଦାସ, ମନମୋହନ ଦାସ, ନରସିଂହ ଦାସ, ଧନଶ୍ୟାମ ଦାସ, ସୁରେଶ ଦାସ, ରାମସେବକ ଦାସଙ୍କ ସମେତ ପ୍ରାୟ ୨୫ଜଣ ସନ୍ଥ ଯୋଗ ଦେଇଥିଲେ।

ଏହି ବୈଠକ ପରେ ଆଖଡାର ମୁଖପାତ୍ର ରଞ୍ଜିତ ଲାଲ ବର୍ମା କହିଛନ୍ତି ଯେ, ରାମ ଜନ୍ମଭୂମି ମନ୍ଦିରରେ ନିର୍ମୋହୀ ଆଖଡାର ଐତିହାସିକ ଗୁରୁତ୍ବ ରହିଛି। ରାମଲାଲାଙ୍କ ପୂଜନର ଅଧିକାର ମଧ୍ୟ ଆଖଡା ନିକଟରେ ସବୁବେଳେ ରହିଆସିଛି । ଏଣୁ ମନ୍ଦିର ନିର୍ମାଣରେ ନିର୍ମୋହୀ ଆଖଡା ସକାରାମତ୍କ ଭୂମିକା ନିର୍ବାହ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe