ପୁଣି ଇତିହାସ ରଚିବ ଇସ୍ରୋ: ଆଜି ଉତକ୍ଷେପଣ ହେବ ବିଶ୍ବର ସବୁଠାରୁ ଦାମୀ ସାଟେଲାଇଟ୍ 'ନିସାର'

ଆଜି ଲଞ୍ଚ ହେବାକୁ ଯାଉଛି ସାଟେଲାଇଟ୍ 'ନିସାର' ।  ଯାହା ବିଶ୍ବର ସବୁଠାରୁ ଦାମୀ ସାଟେଲାଇଟ୍ । ଏହାକୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯିବ ।  ଶ୍ରୀହରିକୋଟା ସ୍ଥିତ ଶତିସ ଧୱନ ମହାକାଶ କେନ୍ଦ୍ରରୁ...

nisar

ନୂଆଦିଲ୍ଲୀ: ପୁଣି ଇତିହାସ ରଚିବ ଇସ୍ରୋ । ନିଜ ନାଁରେ ଆଉ ଏକ ଇତିହାସ ଲେଖିବା ଅପେକ୍ଷାରେ ଇସ୍ରୋ ଥିବା ବେଳେ ସଂଧ୍ୟା ୫ଟା ୪୦କୁ ଅପେକ୍ଷା ରହିଛି । ଯେତେବେଳେ ମହାକାଶକୁ ଉତକ୍ଷେପଣ ହେବ ବିଶ୍ବର ସବୁଠାରୁ ଦାମୀ ସାଟେଲାଇଟ୍ 'ନିସାର' । ଆଜି ଲଞ୍ଚ ହେବାକୁ ଯାଉଛି ସାଟେଲାଇଟ୍ 'ନିସାର' ।  ଯାହା ବିଶ୍ବର ସବୁଠାରୁ ଦାମୀ ସାଟେଲାଇଟ୍ । ଏହାକୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯିବ ।  ଶ୍ରୀହରିକୋଟା ସ୍ଥିତ ଶତିସ ଧୱନ ମହାକାଶ କେନ୍ଦ୍ରରୁ ସନ୍ଧ୍ୟା ୫ଟା ୪୦ରେ ଏହାର ଉତକ୍ଷେପଣ କରାଯିବ ।  

ଜିଏସଏଲଭି-ଏଫ୧୬ ରକେଟ୍ ଦ୍ବାରା ସାଟେଲାଇଟ୍ 'ନିସାର'ର ଉତକ୍ଷେପଣ କରାଯିବ ।  ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ନିସାର ।  ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ । ଆଉ ଏତିକି ସମୟ ଭିତରେ ଭୂପୃଷ୍ଠର ପ୍ରତ୍ୟେକ ଇଞ୍ଚର ମ୍ୟାପ୍ ପ୍ରସ୍ତୁତ କରି ତଥ୍ୟ ପଠାଇବ ।  

ପାରମ୍ପରିକ ସାଟେଲାଇଟ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ 'ନିସାର '।  ପୃଥିବୀରେ ଦ୍ରୁତ ଗତିରେ ହେଉଥିବା ପାଣିପାଗ ପରିବର୍ତ୍ତନକୁ ବୁଝିବା ପାଇଁ ସକ୍ଷମ ନୁହେଁ ପାରମ୍ପରିକ ସାଟେଲାଇଟ୍ । ଆଉ ଏହାକୁ ଦୃଷ୍ଟିରେ ରଖି 'ନିସାର'କୁ ବିକଶିତ କରିଛନ୍ତି ବୈଜ୍ଞାନିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe