କେନ୍ଦ୍ରୀକୃତ ସିଟ୍‌ ଆବଣ୍ଟନ ସଂଚାଳନ କରିବ ରାଉରକେଲା ଏନ୍‌ଆଇଟି

Advertisment
କେନ୍ଦ୍ରୀକୃତ ସିଟ୍‌ ଆବଣ୍ଟନ ସଂଚାଳନ କରିବ ରାଉରକେଲା ଏନ୍‌ଆଇଟି

Photo: Glassdoor

ନୂଆଦିଲ୍ଲୀ : ଆଇଆଇଇଏସ୍‌ଟି, ଆଇଆଇଆଇଟି ଓ ପ୍ଲାନିଂ ଆଣ୍ଡ୍‌ ଆର୍କିଟେକଚର ବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ବର୍ଷରୁ କେନ୍ଦ୍ରୀକୃତ ସିଟ୍‌ ଆବଣ୍ଟନ ପ୍ରକ୍ରିୟାର ସଂଚାଳନ କରିବ ଏନ୍‌ଆଇଟି ରାଉରକେଲା। ଏନ୍‌ଆଇଟି ରାଉରକେଲା ସଂଯୁକ୍ତ ସିଟ୍‌ ଆବଣ୍ଟନ ପ୍ରାଧିକରଣ (ଜେଓଏସ୍‌ଏସ୍‌ଏ)ଙ୍କ ସହ ମିଶି ଛଅଟି ପର୍ଯ୍ୟାୟରେ ସିଟ୍‌ ଆବଣ୍ଟନ କରିବ। ଏହି ପ୍ରକ୍ରିୟା ପାଇଁ ଆସନ୍ତା ୧୨ରୁ ପଞ୍ଜୀକରଣ ଆରମ୍ଭ ହେବ। ଜେଓଏସ୍‌ଏସ୍‌ଏଙ୍କ ପ୍ରକ୍ରିୟା ‌‌ଶେଷ ହେବା ପରେ ଅକ୍ଟୋବର ୨୪ ରୁ କେନ୍ଦ୍ରୀୟ ସିଟ୍‌ ଆବଣ୍ଟନ ବୋର୍ଡ (ସିଏସ୍‌ଏବି)ର ସ୍ବତନ୍ତ୍ର ପ୍ରକ୍ରିୟା ଆରମ୍ଭ ‌ହେବ।

କାଉନସେଲିଂର ସମସ୍ତ ପ୍ରକ୍ରିୟା ନଭେମ୍ବର ୬ ସୁଦ୍ଧା ଶେଷ ହେବ। ବିଦ୍ୟାର୍ଥୀମାନଙ୍କ ସୁବିଧା ପାଇଁ ସିଏସ୍‌ଏବି ପକ୍ଷରୁ ଓଡ଼ିଆ, ହିନ୍ଦୀ, ଇଂରାଜୀ, ବଙ୍ଗଳା, ମରାଠୀ, ତାମିଲ, ତେଲୁଗୁ, କନ୍ନଡ, ମଲୟାଲମରେ ବହୁଭାଷୀ ଟେଲିଫୋନ ଲାଇନ ସ୍ଥାପିତ କରାଯାଇଛି। ଯାହା ଦ୍ବାରା ବିଦ୍ୟାର୍ଥୀ ଏବଂ ତାଙ୍କ ମାତାପିତାଙ୍କୁ କାଉନସେଲିଂ ପ୍ରକ୍ରିୟାରେ ସ୍ଥାନୀୟ ଭାଷାର ସୁବିଧା ଦିଆଯାଇପାରିବ। ଶିକ୍ଷା ମନ୍ତ୍ରାଳୟ ଦ୍ବାରା ସିଏସ୍‌ଏବି-୨୦୨୨ ଗଠନ କରାଯାଇଛି ଓ ଏନ୍‌ଆଇଟି ରାଉରକେଲା ନିର୍ଦ୍ଦେଶକଙ୍କୁ ଏହାର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସିଏସ୍‌ଏବିକୁ ଆଇଆଇଟିରେ ସିଟ୍‌ ଆବଣ୍ଟନ ପାଇଁ ଦାୟିତ୍ବ ପ୍ରଦାନ କରାଯାଇଛି। ମୁମ୍ବାଇ ଆଇଆଇଟି ନିର୍ଦ୍ଦେଶକଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe