୩୦ ଆମେରିକୀୟ ନଗରୀ ସହିତ ସାଂସ୍କୃତିକ ଚୁକ୍ତି ସ୍ବାକ୍ଷର କରିଛି ନିତ୍ୟାନନ୍ଦଙ୍କ କାଳ୍ପନିକ ରାଷ୍ଟ୍ର ‘କୈଳାସ’

୩୦ ଆମେରିକୀୟ ନଗରୀ ସହିତ ସାଂସ୍କୃତିକ ଚୁକ୍ତି ସ୍ବାକ୍ଷର କରିଛି ନିତ୍ୟାନନ୍ଦଙ୍କ କାଳ୍ପନିକ ରାଷ୍ଟ୍ର ‘କୈଳାସ’

Image Courtesy of NDTV

ନ୍ୟୁୟର୍କ: ଆତ୍ମ‌ଘୋଷିତ ସାଧୁ ତଥା ପଳାତକ ନିତ୍ୟାନନ୍ଦଙ୍କ ‘କୈଳାସ ଯୁକ୍ତରାଜ୍ୟ’ ୩୦ରୁ ଊର୍ଦ୍ଧ୍ବ ଆମେରିକୀୟ ନଗରୀ ସହିତ ‘ସାଂସ୍କୃତିକ ଭାଗୀଦାରି’ ଚୁକ୍ତି ସ୍ବାକ୍ଷର କରିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ସ୍ମରଣଯୋଗ୍ୟ, କାଳ୍ପନିକ ରାଷ୍ଟ୍ର ‘କୈଳାସ’ ସହିତ ‘ସିଷ୍ଟର୍‌-ସିଟି’ (ଯୁଗ୍ମ ନଗରୀ) ରାଜିନାମା ରଦ୍ଦ କରିଥିବା କଥା ନେୱାର୍କ ନଗରୀ ଘୋଷଣା କରିବାର କିଛି ଦିନ ପରେ ଉପରୋକ୍ତ ରିପୋର୍ଟ ପ୍ରକାଶ ପାଇଛି। ଜାନୁଆରି ୧୨ ତାରିଖ ଦିନ ନେୱାର୍କ ଏବଂ ‘କୈଳାସ ଯୁକ୍ତରାଜ୍ୟ’ ମଧ୍ୟରେ ଉକ୍ତ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଏବଂ ଏହି ଚୁକ୍ତି ସ୍ବାକ୍ଷର ଉତ୍ସବ ନେୱାର୍କର ‘ସିଟି ହଲ୍‌’ରେ ଆୟୋଜନ କରାଯାଇଥିଲା।

‘କୈଳାସ ଯୁକ୍ତରାଜ୍ୟ’ ୱେବ୍‌ସାଇଟ୍‌ ଅନୁସାରେ, ଏହି କାଳ୍ପନିକ ରାଷ୍ଟ୍ର ସହିତ ୩୦ରୁ ଅଧିକ ଆମେରିକୀୟ ନଗରୀ ସାଂସ୍କୃତିକ ଭାଗୀଦାରି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଚୁକ୍ତି ସ୍ବାକ୍ଷରକାରୀ ନଗରୀମାନଙ୍କ ମଧ୍ୟରେ ଅଛନ୍ତି ରିଚ୍‌ମଣ୍ଡ୍‌, ଭର୍ଜିନିଆ, ଡେଟନ୍‌, ଓହିଓ, ବୁଏନା ପାର୍କ ଏବଂ ଫ୍ଲୋରିଡା ଆଦି ନଗରୀ।

publive-image Image Courtesy of Republic World

ଗୁରୁବାର ଦିନ ‘ଫକ୍ସ୍‌ ନିଉଜ୍‌’ ପ୍ରକାଶ କରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଏହି ପ୍ରତାରକ ସନ୍ଥ ଅନେକ ନଗରୀକୁ ଠକିଛନ୍ତି।

ଏହି ‌ରାଜିନାମା ସବୁ ସତ୍ୟ ବୋଲି ମଧ୍ୟ ସ୍ବାକ୍ଷରକାରୀ ନଗରୀମାନଙ୍କ ମଧ୍ୟରୁ କେତେକ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି। ଉତ୍ତର କାରୋଲିନାର ଜ୍ୟାକ୍‌ସ୍‌ଭାଇଲ୍‌ ‘ଫକ୍ସ୍‌ ନିଉଜ୍‌’କୁ କହିଛନ୍ତି, ‘କୈଳାସ’ ସହିତ ଆମର ଘୋଷଣାନାମା ସବୁ ଅନୁମୋଦନ ନୁହେଁ। ସେ ସବୁ ଆସିଥିବା ଅନୁରୋଧ ପ୍ରତି ଆମର ଉତ୍ତର। ଅନୁରୋଧ କରାଯାଇଥିବା ସୂଚନାଗୁଡ଼ିକୁ ଆମେ ଯାଞ୍ଚ କରିନାହୁଁ।

ଏହି ଜାଲ୍‌ ଦେଶ ସଂକ୍ରାନ୍ତରେ ସୂଚନା ପାଇବାକୁ ‘ଗୁଗଲ୍‌’ରେ ଉଦ୍ୟମ କରି ନ ଥିବାରୁ ‘ଫକ୍ସ୍‌ ନିଉଜ୍‌’ ଚୁକ୍ତି ସ୍ବାକ୍ଷରକାରୀ ନଗରୀମାନଙ୍କୁ ଦୋଷ ଦେଇଛି।

ସୂଚନାଯୋଗ୍ୟ, ଅନେକ ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ଅଭିଯୋଗରେ ନିତ୍ୟାନନ୍ଦଙ୍କୁ ଭାରତରେ ଖୋଜାପଡ଼ିଛି। କିନ୍ତୁ, ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe