ଖରାପ ରାସ୍ତା ପାଇଁ କ୍ଷମା ମାଗିଲେ ନୀତିନ ଗଡ଼କରୀ

Advertisment
ମାର୍ଚ୍ଚରୁ ଭୁବନେଶ୍ବର ରିଂରୋଡ୍‌ କାମ

NewsOnAIR

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ମଣ୍ଡଲାରେ ଖରାପ ରାସ୍ତା ପାଇଁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ସର୍ବସାଧାରଣରେ କ୍ଷମା ମାଗୁଥିବା ଭିଡ଼ିଓ ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡ଼ିଓରେ ଗଡ଼କରୀ କ୍ଷମା ମାଗିବା ପରେ ଜନତା କରତାଳି ମାରୁଥିବାର ଦେଖିବାକୁ ମିଳିଥିଲା। ଗଡ଼କରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ । ମଣ୍ଡଲାରେ ୧,୨୬୧ କୋଟି ବ୍ୟୟରେ ପାଞ୍ଚଟି ସଡକ ପ୍ରକଳ୍ପର ଶୁଭାରମ୍ଭ କରିବାକୁ ଗଡ଼କରୀ ଯାଇଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଗଡ଼କରୀ କହିଥିଲେ, କେତେକ ସ୍ଥାନରେ ଖରାପ ରାସ୍ତା ଥିବା ମୁଁ ସ୍ବୀକାର କରୁଛି ଏବଂ କ୍ଷମା ମାଗୁଛି। ମଣ୍ଡଲାରୁ ଜବଲପୁର ପର୍ଯ୍ୟନ୍ତ ରାସ୍ତାର ଏକ ଅଂଶ ବରେଲାଠାରୁ ମଣ୍ଡଲା ପର୍ଯ୍ୟନ୍ତ ଟୁ-ଲେନ୍‌ ପ୍ରକଳ୍ପ ୪୦୦ କୋଟି ଟଙ୍କାରେ ନିର୍ମାଣ କରାଯାଉଛି। କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ। ତାଙ୍କ କଥାକୁ ସମର୍ଥନ କରି ଜନତା କରତାଳି ଦେଇଥିଲେ।

ମଧ୍ୟପ୍ରଦେଶ ଗସ୍ତ ସମୟରେ ଗଡକରୀ ଜବଲପୁର ଏବଂ ମଣ୍ଡଳା ଜିଲ୍ଲାରେ ୫୩୧୫ କୋଟି ଟଙ୍କା ବ୍ୟୟ ହେବାକୁ ଥିବା ୧୩ଟି ସଡ଼କ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe