ତୈଳ ଦର ବୃଦ୍ଧି ପାଉଥିବା ବେଳେ ଉଦ୍‌ଜାନ ଇନ୍ଧନ ଚାଳିତ ‘ଟୋୟୋଟା ମିରାଇ’ କାର୍‌ରେ ପାର୍ଲାମେଣ୍ଟ୍‌ ଆସିଲେ ନିତିନ ଗଡ଼କରୀ

Advertisment
ତୈଳ ଦର ବୃଦ୍ଧି ପାଉଥିବା ବେଳେ ଉଦ୍‌ଜାନ ଇନ୍ଧନ ଚାଳିତ ‘ଟୋୟୋଟା ମିରାଇ’ କାର୍‌ରେ ପାର୍ଲାମେଣ୍ଟ୍‌ ଆସିଲେ ନିତିନ ଗଡ଼କରୀ

Image Courtesy of Zee News

ନୂଆଦିଲ୍ଲୀ: ସମଗ୍ର ଦେଶରେ ଜୀବାଶ୍ମ ତୈଳ ଦର ବୃଦ୍ଧି ବାତାବରଣରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଆଜି ଉଦ୍‌ଜାନ ଇନ୍ଧନ ଚାଳିତ ‘ଟୋୟୋଟା ମିରାଇ’ କାର୍‌ ଚଢ଼ି ପାର୍ଲାମେଣ୍ଟ୍‌କୁ ଆସିଛନ୍ତି।

ତୈଳ ଦର ବୃଦ୍ଧି ପାଉଥିବାରୁ ଉଦ୍‌ଜାନ ବା ‘ହାଇଡ୍ରୋଜେନ୍‌’, ହାଇଡ୍ରୋଜେନ୍‌ଭିତ୍ତିକ ‘ଫୁଏଲ୍‌ ସେଲ୍‌ ଇଲେକ୍ଟ୍ରିକ୍‌ ଭେଇକ୍ଲ୍‌’ ଟେକ୍ନୋଲୋଜି (ଏଫ୍‌ସିଇଭି) ଏବଂ ଭାରତରେ ଥିବା ‘ହାଇଡ୍ରୋଜେନ୍‌-ବେସ୍‌ଡ୍‌ ସୋସାଇଟି’ ପ୍ରତି ତା’ର ଉପକାର ସଂକ୍ରାନ୍ତରେ ସଚେତନତା ଉପରେ ଗଡ଼କରୀ ଗୁରୁତ୍ବାରୋପ କରିଛନ୍ତି।

publive-image Image Courtesy of NDTV

ସଂସଦରେ ପହଞ୍ଚିବା ପରେ ନିତିନ ଗଡ଼କରୀ କହିଲେ, ଖୁବ୍‌ ଶୀଘ୍ର ଭାରତ ‘ଗ୍ରିନ୍ ହାଇଡ୍ରୋଜେନ୍‌’ ରପ୍ତାନିକାରୀ ଦେଶ ହେବ। ଦେଶରେ ପ୍ରଦୂଷଣରହିତ ଏବଂ ଅତ୍ୟାଧୁନିକ ପଦ୍ଧତିରେ ଗମନାଗମନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ପ୍ରତି ଧ୍ୟାନ ଦେଇ ଆମ ସରକାର ‘ନ୍ୟାସ୍‌ନାଲ୍‌ ହାଇଡ୍ରୋଜେନ୍‌ ମିସନ୍’ ଜରିଆରେ ‘ଗ୍ରିନ୍‌ ଆଣ୍ଡ୍‌ କ୍ଲିନ୍‌ ଏନର୍ଜି’ ଉପରେ ଧ୍ୟାନ ନିବେଶ କରିବାକୁ ବଦ୍ଧପରିକର।

ଦେଶର ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଲିଟର୍‌ପିଛା ୧୦୦ ଟଙ୍କା ଟପି ଯାଇଥିବା ବେଳେ ‘ଇଭି’ ଏବଂ ‘ସିଏନ୍‌ଜି’ ଯାନ ବ୍ୟତୀତ ‘ହାଇଡ୍ରୋଜେନ୍‌’ ଚାଳିତ ଯାନର ପ୍ରସାର ନିମନ୍ତେ ଗଡ଼କରୀ ଏଭଳି ଉଦ୍ୟମ କରିଛନ୍ତି।

ସୂଚନାଯୋଗ୍ୟ, ଅଳ୍ପ କିଛି ଦିନ ପୂର୍ବରୁ ଭାରତରେ ଉଦ୍‌ଜାନଭିତ୍ତିକ ‘ଫୁଏଲ୍‌ ସେଲ୍‌ ଇଲେକ୍ଟ୍ରିକ୍‌ ଭେଇକ୍ଲ୍‌’ର ସଫଳତା ପରୀକ୍ଷା ନିମନ୍ତେ ଏକ ପାଇଲଟ୍‌ ପ୍ରୋଜେକ୍ଟ୍‌ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe